Latest Odisha News

BREAKING NEWS

କ୍ୟାମ୍ପବେଲ, ହୋପଙ୍କ ଅର୍ଦ୍ଧଶତକ: ୱେଷ୍ଟଇଣ୍ଡିଜ ଏବେ ବି ୯୭ ରନ ପଛରେ

ନୂଆଦିଲ୍ଲୀ: ଏଠାରେ ଚାଲିଥିବା ଭାରତ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟର ତୃତୀୟ ଦିବସରେ ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ଜନ କ୍ୟାମ୍ପବେଲ, ସାଇ ହୋପ ଭଲ ବ୍ୟାଟିଂ ପ୍ରଦର୍ଶନ ଜାରୀ ରଖିଛନ୍ତି । ଭାରତର ପ୍ରଥମ ଇନିଂସ ସ୍କୋର ୫୧୮ ରନ ଜବାବରେ ୱେଷ୍ଟଇଣ୍ଡିଜ ୨୪୮ ରନରେ ଅଲଆଉଟ ହୋଇଯାଇଥିଲା । ଭାରତ ୨୭୦ ରନର ଅଗ୍ରଣୀ ହାସଲ କରିଥିବା ବେଳେ ୱେଷ୍ଟଇଣ୍ଡିଜକୁ ଫଲୋଅନ ଦେଇଥିଲା । ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ୱେଷ୍ଟଇଣ୍ଡିଜ ୨ ୱିକେଟ ବିନିମୟରେ ୧୭୩ ରନ ସଂଗ୍ରହ କରିନେଇଛି । ଭ୍ରମଣକାରୀ ଦଳ ଏବେ ବି ଟିମ ଇଣ୍ଡିଆ ସ୍କୋରଠାରୁ ୯୭ ରନ ପଛରେ ରହିଛି ।

କ୍ୟାମ୍ପବେଲ ୮୭ ଓ ହୋପ ୬୬ ରନ କରି ଅପରାଜିତ ଅଛନ୍ତି । ଉଭୟ ତୃତୀୟ ୱିକେଟରେ ୧୩୮ ରନର ପାର୍ଟନରଶିପ ସଂଗ୍ରହ କରି ନେଇଛନ୍ତି । ଏଲିକ ଆନ୍ଥେଜା ୭ ଓ ତେଗନାରାୟଣ ଚନ୍ଦରନାଲ ୧୦ ରନ କରି ଆଉଟ ହୋଇଛନ୍ତି । ଭାରତ ପକ୍ଷରୁ ୱାଶିଂଟନ ସୁନ୍ଦର ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ଚତୁର୍ଥ ଦିବସରେ ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନଙ୍କୁ ଭଲ ବ୍ୟାଟିଂ ପ୍ରଦର୍ଶନ ଜାରୀ ରଖିବାକୁ ପଡିବ । ଅପରପକ୍ଷରେ ଭାରତୀୟ ବୋଲର ଶୀଘ୍ର ସେମାନଙ୍କୁ ଅଲଆଉଟ କରି କ୍ଲିନ ସୁଇପ ଲକ୍ଷ୍ୟରେ ରହିବ । ୨ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ରହିଛି ।

Comments are closed.