Latest Odisha News

BREAKING NEWS

ମହିଳା କ୍ରିକେଟରେ ନୂଆ ଅଧ୍ୟାୟ ସୃଷ୍ଟି କଲେ ସ୍ମୃତି ମାନ୍ଧନା

ନୂଆଦିଲ୍ଲୀ: ଆଇସିସି ମହିଳା ବିଶ୍ୱକପ କ୍ରିକେଟ ଅବସରରେ ଭାରତର ଷ୍ଟାର ଖେଳାଳି ସ୍ମୃତି ମାନ୍ଧାନା ନିଜ ନାମରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ସ୍ମୃତି ମାନ୍ଧନା ୮୦ ରନର ଇନିଂସ ଖେଳିଥିଲେ । ଏଥିସହ ସେ ଚଳିତ ବର୍ଷ ୧୦୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି । ସ୍ମୃତି ପ୍ରଥମ ମହିଳା ଖେଳାଳି ଭାବେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୧୦୦୦ରୁ ଊର୍ଦ୍ଧ୍ୱ ରନ ହାସଲ କରିଛନ୍ତି । ସେ ୧୮ ଇନିଂସରେ ୪ ଶତକ ଓ ୪ ଅର୍ଦ୍ଧଶତକ ସହ ବିଶ୍ୱରେକର୍ଡ କରିଛନ୍ତି । ଏଥିପାଇଁ ଅବଶ୍ୟ ତାଙ୍କୁ ୧୮ ରନର ଆବଶ୍ୟକତା ରହିଥିଲା । ତାଙ୍କ ଇନିଂସ ବଳରେ ଭାରତ ୩୩୧ ରନର ବିଜୟ ଲକ୍ଷ୍ୟ ଅଷ୍ଟ୍ରେଲିଆ ସମ୍ମୁଖରେ ରଖିଛି ।

ସ୍ମୃତି ଯୁବ ମହିଳା କ୍ରିକେଟର ଭାବେ ଦ୍ରୁତ ୫୦୦୦ ରନ ମଧ୍ୟ ପୂର୍ଣ୍ଣ କରିଛନ୍ତିି । ସେ ୨୯ ବର୍ଷ ୮୬ ଦିନରେ ଏହି କୀର୍ତିମାନ ହାସଲ କରିଛନ୍ତି । ସେ ଓଭରାଲ୧୧୨ ଇନିଂସରେ ୫୫୬୯ ବଲରେ ୫୦୦୦ରୁ ଊର୍ଦ୍ଧ୍ୱ ରନ କରି ୱେଷ୍ଟଇଣ୍ଡିଜର ଷ୍ଟେଫନୀ ଟେଲର(୧୨୯ ଇନିଂସ) ଓ ନ୍ୟୁଜିଲାଣ୍ଡର ସୁଜି ବେଟ୍ସ(୬୧୮୨ ବଲ)ଙ୍କ ରେକର୍ଡ ଭଙ୍ଗ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ୧୦୦୦ ରନ ପୂର୍ଣ୍ଣ କରିବା ପାଇଁ ସେ ଆଉ ୪ ରନ ଆବଶ୍ୟକ କରୁଛନ୍ତି ।

Comments are closed.