କୋରାପୁଟ: ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ସିଭିଲ ଇଞ୍ଜିନିୟର ଛାତ୍ର ତଥା ମାଷ୍ଟର ମାଇଣ୍ଡଙ୍କୁ ଗିରଫ କଲା କୋରାପୁଟ ଜିଆରପି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ ଦୈତାରୀ ଖେମୁଣ୍ଡୁ । ସେ ଗଞ୍ଜେଇ ଚୋରା ଚାଲାଣର ମାଷ୍ଟର ମାଇଣ୍ଡ ଭାବେ ପରିଚିତ । ରବିବାର ଦୈତାରୀକୁ କୋରାପୁଟ ରେଲୱେ ଷ୍ଟେସନ ନିକଟରୁ ଗିରଫ କରାଯାଇଥିବା ସୂଚନା ରହିଛି ।
ଖବର ମୁତାବକ, କିଛି ଦିନ ପୂର୍ବରୁ କୋରାପୁଟ ଜିଆର୍ପି ପୋଲିସ ଦୁଇ ଯୋଗାଣକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହା ପରେ ଏପ୍ରିଲ ମାସରେ ଅରବିନ୍ଦ କୁମାର ଶର୍ମା ନାମକ ଯୁବକକୁ ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ କରିଥିଲା । ତା ନିକଟରୁ ୩୪ କିଲୋ ଗଞ୍ଜେଇ ଜବତ ହୋଇଥିଲା ।
ଗିରଫ ଅଭିଯୁକ୍ତକୁ ଜେରା ସମୟରେ ସେମାନେ ମାଷ୍ଟର ମାଇଣ୍ଡ ଦୈତାରୀ ଖେମୁଣ୍ଡୁ ନାଁ ନେଇଥିଲେ । ଏହାପରେ ପୋଲିସ ଦୈତାରୀ କୁ ଧରିବାକୁ ଚେଷ୍ଟା ଚଳାଇଥିଲା । ଆଉ ଯାହା ଆଜି ସଫଳ ହୋଇଛି । ଜିଆରପି ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ବୋଲି ଜିଆରପି ଥାନା ଅଧିକାରୀ ସନ୍ତୋଷୀ ମହନ୍ତ ସୂଚନା ଦେଇଛନ୍ତି ।
Comments are closed.