ଭୁବନେଶ୍ୱର: ଓଡିଶାର ଉଦୀୟମାନ ଆଥଲେଟ ପ୍ରତୀକ ମହାରଣା ଚଳିତ ଜାତୀୟ ଜୁନିୟର ଆଥଲେଟିକ୍ସ ମିଟରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ୧୮ ବର୍ଷୀୟ ପ୍ରତୀକ ୨୦ ବର୍ଷରୁ କମ ୨୦୦ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୨୧.୨୪ ସେକେଣ୍ଡରେ ତାଙ୍କ ରେସ ସମ୍ପୂର୍ଣ୍ଣ କରିଥିଲେ । ଏଥିସହ ସେ ୨୧.୨୪ ସେକେଣ୍ଡର ମିଟ ରେକର୍ଡ ମଧ୍ୟ ଭଙ୍ଗ କରିଛନ୍ତି । ପ୍ରତୀକ ୨୦ ବର୍ଷରୁ କମ ବିଶ୍ୱ ଚାମ୍ପିୟନଶିପ ନିମନ୍ତେ ମଧ୍ୟ ଯୋଗ୍ୟତା ହାସଲ କରିଛନ୍ତି । ଏହାର କ୍ୱାଲିଫିକେଶନ ମାର୍କ ୨୧.୨୬ ରହିଥିଲା । ଆମେରିକାରେ ଆସନ୍ତା ବର୍ଷ ଅଗଷ୍ଟ ୫ରୁ ୯ ପର୍ଯ୍ୟନ୍ତ ହେବାକୁ ଥିବା ବିଶ୍ୱ ଚାମ୍ପିୟନଶିପରେ ପ୍ରତୀକ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ ।
ପ୍ରତୀକ ୧୦୦ ମିଟର ଦୌଡରେ ରୌପ୍ୟ ପଦକ ଜିତିଥିଲେ । ସେ ୧୦.୭୨ ସେକେଣ୍ଡରେ ତାଙ୍କ ରେସ ସମ୍ପୂର୍ଣ୍ଣ କରିଥିଲେ । ପ୍ରତୀକ ତାଙ୍କ ପ୍ରଦର୍ଶନ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ୧୦୦ ମିଟରରେ କରିଥିବା ତ୍ରୁଟିକୁ ମୁଁ ୨୦୦ ମିଟରରେ ସୁଧାରି ପାରିଛି ବୋଲି ସେ କହିଛନ୍ତି । ଓଡିଶାର ଓଁକାର ପ୍ରସାଦ ନନ୍ଦ ୨୦ ବର୍ଷରୁ କମ ଶଟପୁଟ ବିଭାଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।
Comments are closed.