ବାଲେଶ୍ୱର/କୋଲକାତା: ପଶ୍ଚିମବଙ୍ଗ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାର ସତ ପଦାକୁ ଆସୁଛି । କେମିତି ସେଦିନ ଘଟଣା ଘଟିଥିଲା ତାହାର ଡେମୋ ଦେଖାଇଛି ଜଣେ ଅଭିଯୁକ୍ତ। ଦୁର୍ଗାପୁର ଜଙ୍ଗଲରେ ସିନ ରିକ୍ରିଏଟ କରିଛି ପୁଲିସ । ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଜଣେ ଅଭିଯୁକ୍ତକୁ ଧରି କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା ପୋଲିସ। ଦୁର୍ଗାପୁର ପରାନଗଞ୍ଜ ଜଙ୍ଗଲରେ କ୍ରାଇମ୍ ସିନ୍ ରିକ୍ରିଏସନ୍। ଦୁର୍ଗାପୁର ଡିସିପି ଓ ତଦନ୍ତକାରୀ ଅଧିକାରୀ ଉପସ୍ଥିତ ଅଛନ୍ତି।
ଦୁର୍ଗାପୁର ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ୫ଜଣଙ୍କୁ ଗିରଫ କରିଛି ପୋଲିସ । ସୋମବାର ଦିନ ସେଖ ସଫିକୁଲ ଓ ସେଖ ନାସିରୁଦ୍ଦିନଙ୍କୁ ଗିରଫ କରିଥିଲା । ଗିରଫ ପରେ ଏମାନଙ୍କୁ SDJM କୋର୍ଟରେ ହାଜର କରାଯାଇଥିଲା । ଅଦାଲତ ସେମାନଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ । ଆଜି ପୋଲିସ ଜଣଙ୍କୁ ଉଠାଇ ନେଇ ସିନ ରିକ୍ରିଏଟ କରିଛି । ପ୍ରଥମେ ୨ଜଣଙ୍କୁ ଗିରଫ କରାଯିବା ପରେ ୩ଜଣ ଅଭିଯୁକ୍ତ ଅପୁ ବାଉରିସ ଫିରଦୋସ ଶେଖ ଏବଂ ସେଖ ରିଆଜୁଦ୍ଦିନଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କୁ ପୋଲିସ ଏବେ ରିମାଣ୍ଡରେ ନେଇଛି । ଏହି ୩ଜଣ ଛାତ୍ରୀଙ୍କୁ ରାସ୍ତାରୁ ଉଟାଇ ନେଇ ଜଙ୍ଗଲକୁ ଯାଇଥିଲେ । ଏହାପରେ ଆଉ ୨ଜଣ ମିଶି ଦୁଷ୍କର୍ମ କରିଥିଲେ । ୫ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ପୋଲିସ ସେମାନଙ୍କଠାରୁ ସବୁ ତଥ୍ୟ ବାହାର କରୁଛି ।
ପୀଡିତାଙ୍କ ପିତା ମଧ୍ୟ ପୁରୁଷ ବନ୍ଧୁଙ୍କ ବିରୋଧରେ ଏତଲା ଦେଇଛନ୍ତି । ସେ କିଭଳି ରାତିରେ ଅଭିଯୁକ୍ତଙ୍କ ପାଖରେ ଛାଡି ପଳାଇ ଆସିଲେ, ଆଉ ଏ ବାବଦରେ କେମିତି କାହାକୁ ଜଣାଇନଥିଲେ ବୋଲି ସେ କହିଛନ୍ତି । ସେପଟେ ପୀଡିତା ଛାତ୍ରୀ ଜଣଙ୍କ ଦୁର୍ଗାପୁରରେ ଏବେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ୱାସ୍ଥବସ୍ଥାରେ ଏବେ ସୁଧାର ଆସୁଛି । ବାଲେଶ୍ୱର ଜିଲ୍ଲା ଜଲେଶ୍ୱର ର ପୀଡିତା MBBS ଦ୍ୱିତୀୟ ବର୍ଷରେ ପଢୁଛନ୍ତି । ଗତ ୧୦ ତାରିଖରେ ସେ ପୁରୁଷ ବନ୍ଧୁଙ୍କ ସହ କ୍ୟାମ୍ପସ ବାହାରକୁ ଯାଇଥିଲେ । ସେଠାରେ ପ୍ରାୟ ରାତି ୧୦ଟା ବେଳେ ଫେରିବା ସମୟରେ ୩ଜଣ ଯୁବକ ପୀଡିତାଙ୍କୁ ଉଠାଇ ନେଇ ଜଙ୍ଗଲରେ ଦୁଷ୍କର୍ମ କରିଥିଲେ । ୩ଜଣ ଦୁଷ୍କର୍ମ କରିବା ପରେ ଆଉ ୨ଜଣ ସେଥିରେ ସାମିଲ ହୋଇ ଖରାପ କାମ କରିଥିଲେ । ଦୁଷ୍କର୍ମ ପରେ ଅଭିଯୁକ୍ତମାନେ ପୀଡିତାଙ୍କ ମୋବାଇଲ ନେଇଯାଇଥିଲେ । ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ପୀଡିତାଙ୍କ ମୋବାଇଲ ଜବତ କରିଛି ।
Comments are closed.