Latest Odisha News

BREAKING NEWS

ପାର୍ଟ ପ୍ଲଟର ପଞ୍ଜୀକରଣ ପାଇଁ ନୂଆ ଏସଓପି…

ଭୁବନେଶ୍ୱର: ଜନସାଧାରଣଙ୍କ ସୁବିଧା ପାଇଁ ରାଜ୍ୟବ୍ୟାପୀ ପାର୍ଟ ପ୍ଲଟର ପଞ୍ଜୀକରଣକୁ ସୁବ୍ୟବସ୍ଥିତ କରିବା ପାଇଁ ଓଡ଼ିଶା ସରକାର ଏକ ନୂଆ ମାନକ କାର୍ଯ୍ୟ ପ୍ରଣାଳୀ (ଏସଓପି) ଜାରି କରିଛନ୍ତି।

ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ଜାରି କରାଯାଇଥିବା ଏସଓପି ପଞ୍ଜୀକରଣ ଆଇନ, ୧୯୦୮ ଏବଂ ଓଡ଼ିଶା ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୧୩ ଅନୁଯାୟୀ ସ୍ପଷ୍ଟ ନିର୍ଦ୍ଦେଶାବଳୀ ପ୍ରଦାନ କରିଥାଏ। ଯାହା ଜନସାଧାରଣଙ୍କ ପାଇଁ ସମାନତା, ସ୍ୱଚ୍ଛତା ଏବଂ ସହଜ ଜୀବନଯାପନକୁ ସୁନିଶ୍ଚିତ କରେ।

ଗ୍ରାମୀଣ କ୍ଷେତ୍ର ପାଇଁ ବ୍ୟବସ୍ଥା: ଜଳାଶୟ କିସମ ପ୍ଲଟ ବ୍ୟତୀତ ଗ୍ରାମୀଣ କ୍ଷେତ୍ରରେ ଅଂଶ ପ୍ଲଟର ପଞ୍ଜୀକରଣ ବିନା କୌଣସି ଅନୁମତିରେ ହୋଇପାରିବ। ୫୦୦ ବର୍ଗମିଟରରୁ କମ୍‌ ପାର୍ଟ ପ୍ଲଟ୍‌ ପଞ୍ଜୀକରଣକୁ ଅନୁମତି।

ସହରାଞ୍ଚଳ ପାଇଁ ବ୍ୟବସ୍ଥା: ଟାଉନ୍‌ ପ୍ଲାନିଂ ଅଥରିଟି ଅଧୀନରେ ଆସୁଥିବା ଅଂଚଳରେ ନିୟମ ଅଲଗା। ଅଥରିଟିର ବିନା ଲିଖିତ ଅନୁମତିରେ ହୋଇପାରିବନି ପାର୍ଟ ପ୍ଲଟ୍‌ ପଞ୍ଜୀକରଣ। ବଂଶାନୁକ୍ରମିକ ପାରିବାରିକ ଜମି କ୍ଷେତ୍ରରେ ବିନା ଅନୁମୋଦନରେ ପଞ୍ଜିକରଣ ହୋଇପାରିବ।

କୃଷି ପ୍ଲଟ୍: ଯଦି ପ୍ଲଟ୍ କୃଷି କିସମ୍ ରହିଥାଏ, ତେବେ କୃଷି ପ୍ଲଟ୍ ଉପବିଭାଜନ ସହିତ ଜଡିତ ଦଲିଲର ପଞ୍ଜୀକରଣ ଅନୁମତି ଦିଆଯିବ, ଯାହା କେବଳ କୃଷି ବ୍ୟବହାର ନିଶ୍ଚିତ କରୁଥିବା “ଫର୍ମ D” ରେ ଏକ ସ୍ୱୟଂ-ଘୋଷଣା ଦ୍ୱାରା ସମର୍ଥିତ।

Comments are closed.