Latest Odisha News

BREAKING NEWS

ଗିଲ କହିଲେ ଟିମ ଇଣ୍ଡିଆକୁ ଆବଶ୍ୟ ରୋହିତ, କୋହଲିଙ୍କ ମ୍ୟାଜିକ

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ଅଧିନାୟକ ଶୁଭମନ ଗିଲ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅଭିଜ୍ଞତା ଆମକୁ ଆବଶ୍ୟକ ରହିଛି । ଅକ୍ଟୋବର ୧୯ରୁ ଭାରତୀୟ ଟିମ ଅଷ୍ଟ୍ରେଲିଆ ବିପକ୍ଷରେ ଦିିନିକିଆ ସିରିଜ ଖେଳିବ । କୋହଲି ଓ ରୋହିତ ସେମାନଙ୍କ ବ୍ୟାଟିଂ ମ୍ୟାଜିକ ପୂନର୍ବାର ଆମକୁ ଦେଖାଇବେ ବୋଲି ଗିଲ କହିଛନ୍ତି । ଚାମ୍ପିୟନ୍ସ ଟ୍ରଫି ପରେ ଏହି ଦୁଇ ମହାନ ଖେଳାଳି ପୂନର୍ବରେ ଆନ୍ତର୍ଜାତୀୟ କ୍ରିକେଟ ଖେଳିବାକୁ ଯାଉଛନ୍ତି । ଚାମ୍ପିୟନ୍ସ ଟ୍ରଫିରେ କୋହଲି ପାକିସ୍ତାନ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିବା ବେଳେ ରୋହିତ ମ୍ୟାନ ଅଫ ଦି ଫାଇନାଲ ହୋଇଥିଲେ ।

ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପୂର୍ବରୁ ରୋହିତଙ୍କୁ ଅଧିନାୟକ ପଦରୁ ହଟାଯାଇ ଗିଲଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ୨୦୨୩ ଦିିନିକିଆ ବିଶ୍ୱକପ ପରେ ଭାରତ ଓ ଅଷ୍ଟ୍ରେଲିଆ ଦିିନିକିଆ ସିରିଜ ଖେଳିବାକୁ ଯାଉଛନ୍ତି । ୫ ବର୍ଷ ପରେ ଶୁଭମନ ଗିଲ ଅଷ୍ଟ୍ରେଲିଆରେ ଦିିନିକିଆ ସିରିଜ ଖେଳିବାକୁ ଯାଉଛନ୍ତି । ୨୦୨୦ରେ ରୋହିତ ଆଘାତପ୍ରାପ୍ତ ହେବା ଯୋଗୁ ଗିଲ ଓପିନଂ କରିଥିଲେ । ସେ ୩୩ ରନର ଇନିଂସ ଖେଳିଥିଲେ । ଅକ୍ଟୋବର ୧୫ରୁ ଭାରତୀୟ ଟିମ ୨ଟି ବ୍ୟାଚରେ ଅଷ୍ଟ୍ରେଲିଆ ଯିବେ ।

Comments are closed.