Latest Odisha News

BREAKING NEWS

MKCG ଇଣ୍ଟର ମେଡିକାଲ୍‌ କଲେଜ ମିଟ୍‌ ବନ୍ଦ, କାଉନସିଲ୍‌ ବୈଠକ ପରେ ଡିନ୍‌ଙ୍କ ଘୋଷଣା

ବ୍ରହ୍ମପୁର: ବ୍ରହ୍ମପୁର MKCGରେ ଇଣ୍ଟର ମେଡିକାଲ୍‌ ମିଟ୍‌ ଗଣ୍ଡଗୋଳ ପରେ ବୈଠକ । ଟେଲି ମେଡିସିନ୍ ସେଣ୍ଟରରେ MKCG କଲେଜ କାଉନସିଲ୍‌ ବୈଠକ ହୋଇଛି। ଏହି ବୈଠକରେ ଡିନ୍, ଅଧୀକ୍ଷକଙ୍କ ସମେତ ସମସ୍ତ ବିଭାଗର ଏଚ୍‌ଓଡି ପ୍ରମୁଖ ଉପସ୍ଥିତ ଥିଲେ । ଭିତରେ ବୈଠକ ଚାଲିଥିବା ବେଳେ ବାହାରେ ଛାତ୍ରଛାତ୍ରୀଙ୍କ ଧାରଣା ଚାଲିଥିଲା। ଇଣ୍ଟର ମେଡିକାଲ୍‌ ମିଟ୍‌ ବନ୍ଦ କରାଯିବା ନେଇ ଡିନ୍‌ଙ୍କ ମନ୍ତବ୍ୟକୁ ବିରୋଧ କରାଯାଇଛି।

ସୂଚନା ଅନୁସାରେ MKCG ଇଣ୍ଟର ମେଡିକାଲ୍‌ କଲେଜ ମିଟ୍‌ ବନ୍ଦ ହୋଇଛି। ଗତକାଲିର ଗଣ୍ଡଗୋଳ ପରେ ଇଣ୍ଟର ମେଡିକାଲ୍‌ କଲେଜ ମିଟ୍‌ ବନ୍ଦ କରାଯାଇଛି। MKCG କଲେଜ କାଉନସିଲ୍‌ ବୈଠକ ପରେ ଡିନ୍‌ଙ୍କ ଏପରି ଘୋଷଣା କରିଛନ୍ତି। ଆଇନ ଶୃଙ୍ଖଳା ସ୍ଥିତି ଉପୁଜିବାରୁ ଇଣ୍ଟର ମେଡିକାଲ୍‌ କଲେଜ ମିଟ୍‌ ବନ୍ଦ କରାଯାଇଛି। ନିଷ୍ପତ୍ତି ବିରୋଧରେ ଟେଲି ମେଡିସିନ୍ ସେଣ୍ଟର ବାହାରେ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି।

ସୂଚନା ମୁତାବକ, ପ୍ରତିବର୍ଷ ମେଡିକାଲ କଲେଜ ଗୁଡ଼ିକୁ ନେଇ ଆୟୋଜିତ ହୋଇଥାଏ ଡ୍ୟୁଟି ମିଟ୍ କାର୍ଯ୍ୟକ୍ରମ । ଏନେଇ ଚଳିତବର୍ଷ ବ୍ରହ୍ମପୁର ମେଡିକାଲ କଲେଜରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଏସସିବି ଓ ଭୀମସାର ଡାକ୍ତରୀ ଛାତ୍ରଛାତ୍ରୀ ଯୋଗଦେବାକୁ ଆସିଥିଲେ । ବ୍ରହ୍ମପୁର ମେଡିକାଲ କଲେଜ ଛାତ୍ରଛାତ୍ରୀ ମାନେ ସ୍ବାଗତ କରିବା ବାହାନାରେ ଏହି ଦୁଇ କଲଲେଜର ଛାତ୍ରଛାତ୍ରୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି ।

Comments are closed.