Latest Odisha News

BREAKING NEWS

ସୁଲତାନ ଜୋହର କପ ହକି: ଭାରତ-ପାକିସ୍ତାନ ମ୍ୟାଚ ଡ୍ର

ଜୋହୋର ବାହରୁ: ୨୧ ବର୍ଷରୁ କମ ସୁଲତାନ ଜୋହର କପ ହକିରେ ମଙ୍ଗଳବାର ଭାରତ ଓ ପାକିସ୍ତାନ ସାମ୍ନାସାମ୍ନି ହୋଇଥିଲେ । ଏହି ରୋମାଂଚକ ମୁକାବିଲା ୩-୩ ଡ୍ରରେ ସମାପ୍ତ ହୋଇଛି । ପ୍ରଥମରୁ ପାକିସ୍ତାନ ଟିମ ଆକ୍ରମଣାତ୍ମକ ପ୍ରଦର୍ଶନ କରି ୧-୦ର ଅଗ୍ରଣୀ ହାସଲ କରି ନେଇଥିଲେ । ଦ୍ୱିତୀୟାର୍ଦ୍ଧରେ ଭାରତ ମ୍ୟାଚକୁ ସଫଳ ପ୍ରତ୍ୟାବର୍ତନ କରିଥିଲା । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲା ଶେଷରେ ଡ୍ର ରହିଥିଲା । ପାକିସ୍ତାନ ପକ୍ଷରୁ ହନ୍ନାନ ଶାହୀଦ (୫ମ), ସୁଫିୟାନ ଶାହୀଦ(୩୯ତମ, ୫୫ତମ) ଗୋଲ ଦେଇଥିଲେ ।

ଭାରତର ଅରାଦଜିତ ସିଂ ୪୩ତମ,ସୌରଭ ଆନନ୍ଦ ୪୭ତମ ଓ ମନମୀତ ସିଂ ୫୩ତମ ମିନିଟରେ ଗୋଲ ସ୍କୋର କରିଥିଲେ । ହ୍ୟାଣ୍ଡସେକକୁ ନେଇ ଏସିଆ କପ କ୍ରିକେଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଏଠାରେ ସେଭଳି କିଛି ଦେଖିବାକୁ ମିଳି ନ ଥିଲା । ମ୍ୟାଚ ଆରମ୍ଭ ଏବଂ ଶେଷରେ ଉଭୟ ଟିମ ପରସ୍ପର ସହ ହ୍ୟାଣ୍ଡସେକ କରିଥିଲେ ।

Comments are closed.