କଳାହାଣ୍ଡି:ମାଓବାଦୀ ନାଁରେ ବାପାକୁ ପୁଅର ଧମକପୂର୍ଣ୍ଣ ଚିଠି । ଟଙ୍କା ଅସୁଲ ପାଇଁ ଠିକାଦାର ବାପାଙ୍କୁ ପୁଅର ଧମକପୂର୍ଣ୍ଣ ଚିଠି । ରୁପ୍ରାରୋଡ୍ର ଜଣେ ଠିକାଦାରଙ୍କ ଏକମାତ୍ର ପୁଅର ଏହେଉଛି କାରନାମା ।
ଗତ ୬ ତାରିଖରେ ମାଓବାଦୀ ନାଁରେ ଏକ ଚିଠି ଲେଖି ନିଜ କାର ଭିତରେ ରଖି ଦେଇଥିଲା ଠିକାଦାର ଦୀନେଶ ଅଗ୍ରୱାଲଙ୍କ ଏକମାତ୍ର ପୁଅ ୨୪ ବର୍ଷୀୟ ଅଙ୍କୁଶ ଅଗ୍ରୱାଲ । ଉକ୍ତ ଚିଠିରେ ୩୫ଲକ୍ଷ ଟଙ୍କା ଦିଅ ନଚେତ୍ ତୁମ ପରିବାର ସମସ୍ତ ସଦସ୍ୟଙ୍କୁ ଜୀବନରେ ମାରିଦେବୁ ବୋଲି ଉଲ୍ଲେଖ କରାଯାଇଥିଲା।
ଚିଠିକୁ ପରିବାର ଲୋକ ପାଇବା ପରେ ସେମାନେ ଭୟଭୀତ ହୋଇ ପଡିଥିଲେ । ଜୀବନକୁ ଭୟ କରି ବାପା ଦିନେଶ ପରିଶେଷରେ ନର୍ଲା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ପରିଶେଷରେ ଜଣିବାକୁ ପାଇଥିଲା ଯେ, ଏସବୁ କାମ ଦିନେଶଙ୍କ ପୁଅ ଅଙ୍କୁଶ କରିଛି । ଏହାପରେ ପୋଲିସ ଅଙ୍କୁଶକୁ ଗିରଫ କରି ଏମ.ରାମପୁର କୋର୍ଟଚାଲାଣ କରିଛି ।
Comments are closed.