Latest Odisha News

BREAKING NEWS

ସ୍ନେହାଙ୍ଗିନି ହେଲେ ବିଜେଡି ପ୍ରାର୍ଥୀ

ଭୁବନେଶ୍ୱର: ବହୁ ପ୍ରତୀକ୍ଷାର ହେଲା ଅନ୍ତ। ନୂଆପଡା ଉପନିର୍ବାଚନରେ ବିଜେଡି ତାର ପ୍ରାର୍ଥୀ ଘୋଷଣା କରିଛି। ନୂଆପଡାରେ ସ୍ନେହାଙ୍ଗିନି ଛୁରିଆ ହେଲେ ବିଜେଡି ପ୍ରାର୍ଥୀ। ସନ୍ଧ୍ୟାରେ ବିଦ୍ଧିବଦ୍ଧଭାବେ ସ୍ନେହାଙ୍ଗିନିଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ପ୍ରଥମେ କଂଗ୍ରେସ ଏହା ପରେ ବିଜେପି ତାର ପ୍ରାର୍ଥୀ ଘୋଷଣା କରିଥିଲା ।

ସ୍ନେହାଙ୍ଗିନୀ ବର୍ତ୍ତମାନ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଅଛନ୍ତି। ସେ ୨୦୧୪ ବିଧାନସଭା ନିର୍ବାଚନରେ ଅତାବିରା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ସେ ବିଜେଡି ସରକାର ସମୟରେ ମନ୍ତ୍ରୀ ମଧ୍ୟ ଥିଲେ। କଂଗ୍ରେସ ତରଫରୁ ଘାସିରାମ ମାଝୀ ଏବଂ ବିଜେପି ତରଫରୁ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରାଯାଇଛି। ଏହି ଦୁଇ ପ୍ରମୁଖ ଦଳ ପରେ ଆଜି ବିଜେଡି ସ୍ନେହାଙ୍ଗିନୀଙ୍କୁ ପ୍ରାର୍ଥୀ କରିଛି । ତେବେ ଏହି ନେତାମାନଙ୍କ ମଧ୍ୟରୁ କିଏ ଜିତିବ ତାହା ସମୟ ହିଁ କହିବ।

Comments are closed.