ଭୁବନେଶ୍ବର: ପୋଲିସ SI ପରୀକ୍ଷା କେଳେଙ୍କାରୀ ଘଟଣାରେ ଡିଜିପିଙ୍କ ବଡ଼ ସୂଚନା ଦେଇଛନ୍ତି । ପୋଲିସ ଏସ୍ଆଇ ପରୀକ୍ଷା ବିଭ୍ରାଟ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ । ପୂର୍ବରୁ ପରୀକ୍ଷା ତ୍ରୁଟିଶୂନ୍ୟ ଏବଂ ଦୁର୍ନୀତି ମୁକ୍ତ କରିବା ପାଇଁ ଆମେ ବ୍ୟବସ୍ଥା କରିଥିଲୁ । ଫଳସ୍ୱରୂପ ପୋଲିସ୍ର ସଚେତନତା ପାଇଁ SI ପରୀକ୍ଷା ଆଗରୁ ଖୁଲାସା ହେଲା ।
କ୍ରାଇମବ୍ରାଞ୍ଚ ନିରପେକ୍ଷ ତଦନ୍ତ କରି ସବୁ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହେବ ବୋଲି କହିଛନ୍ତି ଡିଜିପି ।
ସୂଚନାଥାଉକି,ପୋଲିସ ଏସ୍ଆଇ ପରୀକ୍ଷା ଜାଲିଆତି ଘଟଣା ସାମ୍ନାକୁ ଆସିବା ପରେ ପୂରା ପରୀକ୍ଷାକୁ ବାତିଲ୍ କରାଯାଇଛି। ଏହି ଘଟଣାର ତଦନ୍ତରୁ ପରୀକ୍ଷା ଜାଲିଆତିର ନେଟୱର୍କ ରାଜ୍ୟସାରା ବ୍ୟାପିଥିବା ଜଣାପଡ଼ିଛି। ଏହି ଘଟଣାରେ ଗିରଫ ୧୧୪ ପରୀକ୍ଷାର୍ଥୀ ଓ ୫ ଦଲାଲଙ୍କୁ ଗିରଫ କରାଯାଇଛି । ଏହି କେଲେଙ୍କାରୀରେ ୨୯ କୋଟି ୨୫ ଲକ୍ଷ ଟଙ୍କାର ଲାଞ୍ଚ କାରବାର ପାଇଁ ହୋଇଥିବା ଡିଲ୍ ସମ୍ପର୍କିତ ତଥ୍ୟ ସାମ୍ନାକୁ ଆସିଛି। ପରୀକ୍ଷାର୍ଥୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆଦାୟ ହୋଇଥିଲା। ଆସନ୍ତା ଅକ୍ଟୋବର ୫ ଏବଂ ୬ ତାରିଖରେ ହୋଇଥାନ୍ତା ପରୀକ୍ଷା।
Comments are closed.