ଅନୁଗୋଳ: ଅନୁଗୋଳ ଜିଲ୍ଲାରୁ ୧୫୦ କେଜି ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦୁଇଟି କାର ଜବତ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଘର ଫୁଲବାଣୀ ଜିଲ୍ଲାରେ ହୋଇଥିବା ବେଳେ ଜଣଙ୍କର ଅନୁଗୋଳ ଓ ଅନ୍ୟ ଜଣଙ୍କର ପୁରୀ ଜିଲ୍ଲାର ବୋଲି ଜଣାପଡ଼ିଛି ।
ଫୁଲବାଣୀରୁ କାର ଯୋଗେ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ କରି ନେଉଥିବା ବେଳେ ଅବକାରୀ ବିଭାଗ ଖବର ପାଇ ଏହି ଚଢାଉ କରିଥିଲା । ଦୁଇଟି କାରରେ ଗଞ୍ଜେଇ ଆସୁଥିବା ବେଳେ ଗୋଟିଏ କାରକୁ ଦୁର୍ଗାପୁର ନିକଟରେ ଏବଂ ଆଉ ଗୋଟିଏ କାରକୁ ଜରପଡା ନିକଟରେ ଅଟକାଇ ଯାଞ୍ଚ କରାଯାଇଥିଲା ।
ଯାଞ୍ଚ ବେଳେ ଉଭୟ କାରରୁ ୪ଟି ବସ୍ତାରେ ଥିବା ୧୫୦ କେଜି ଗଞ୍ଜେଇ ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ । ତେବେ ଏହି ଗଞ୍ଜେଇ ବେପାରରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ସେନେଇ ଆହୁରି ଅଧିକ ଖୋଳତାଡ ଜାରି ରଖିଛି ଅବକାରୀ ବିଭାଗ ।
Comments are closed.