ବୌଦ୍ଧ : ବୌଦ୍ଧ ଜିଲାରେ ମାଓବାଦୀ ଧରାଇବା ପାଇଁ ପୋଷ୍ଟର ମାରି ପୁରସ୍କାର ଘୋଷଣା କରିଛି ପୋଲିସ। ହାଡ଼କୋର ମାଓବାଦୀଙ୍କୁ ଧରାନ୍ତୁ, ପୁରସ୍କାର ପାଆନ୍ତୁ ଏଭଳି କିଛି ପୋଷ୍ଟରରେ ଲେଖାହୋଇଛି। ଜିଲ୍ଲା ପୋଲିସ ପକ୍ଷରୁ ପୋଷ୍ଟର ଲଗାଇଥିବା ସୂଚନା । ୧୦ ମାଓବାଦଙ୍କ ପାଇଁ ୪ କୋଟି ୩୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା । ଟପ୍ ମାଓନେତା ଗଣେଶ ଉଇକେ ପାଇଁ ଏକ କୋଟି ଟଙ୍କା ପୁରସ୍କାର ।
୫ ହାର୍ଡକୋର୍ ମାଓବାଦୀଙ୍କ ପାଇଁ ୫୦ ଲକ୍ଷ ଲେଖାଏଁ ଘୋଷଣା ହୋଇଛି । ମାଓବାଦୀଙ୍କ ସୂଚନା ଦେବାପାଇଁ ମୋବାଇଲ ନଂ ଜାରି କରାଯାଇଛି । କୌଣସି ବ୍ୟକ୍ତି ଏହି ହାର୍ଡକୋର୍ ନକ୍ସଲଙ୍କ ବିଷୟରେ ଖବର ଦେବା ପାଇଁ ୯୪୩୭୬୪୩୮୩୯ ମୋବାଇଲ ନଂରେ ଯୋଗାଯୋଗ କରିବାକୁ କୁହାଯାଇଛି।
ବୌଦ୍ଧ ଜିଲାର ସିଗାଡ଼ି,ତିଲପଙ୍ଗା, ଉଡ଼ାମୁଣ୍ଡା, ମାତାଗାଡୁ, ଖଣ୍ଡିକନପା, ଲୁହାରପଡ଼ା, ନଳିକୁମ୍ପା, ପଲମ ଆଦି ୯ରୁ ଊର୍ଦ୍ଧ୍ୱ ସ୍ଥାନରେ ଏଭଳି ନୋଟିସ୍ ଲାଗିଥିବା ଜଣାପଡ଼ିଛି। ଏହି ସମସ୍ତ ସ୍ଥାନ ବୌଦ୍ଧ କଣ୍ଟାମାଳ, ବାଉଁଶୁଣି, ମନମୁଣ୍ଡା ଥାନା ଅଞ୍ଚଳରେ ରହିଛି।
ଅନ୍ୟପଟେ ମାଓବାଦୀଙ୍କୁ ମଧ୍ୟ ଆହ୍ବାନ ରହିଛି ସେମାନେ ଯଦି ଆତ୍ମସମର୍ପଣ କରନ୍ତି ତାଙ୍କୁ ମଧ୍ୟ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ପୋଷ୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି। ଜିଲା ପୋଲିସ ପକ୍ଷରୁ ମାଓବାଦୀ ଆତ୍ମସମର୍ପଣ ପାଇଁ ଏଭଳି ପ୍ରୟାସ କରାଯାଇଛି ବୋଲି ବୌଦ୍ଧ ଏସ୍ପି ସୂଚନା ଦେଇଛନ୍ତି।
Comments are closed.