ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକରୁ ୪ କିଲୋ ୭୯୫ ଗ୍ରାମ ଓଜନର ଦୁଇଟି ହାତୀ ଦାନ୍ତ ଜବତ କଲା ଏସଟିଏଫ୍ । ଡିଲ୍ ଚାଲିଥିବା ବେଳେ ଚଢାଉ କରି ଏଥିରେ ସଂପୃକ୍ତ ଥିବା ୨ ଅଭିଯୁକ୍ତ ଗିରଫ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଚନ୍ଦନ ମହାପାତ୍ର ଓ ଶରତ ଖଟେଇ । ଏନେଇ ସୂଚନା ଦେଲେ ଏସଟିଏଫ୍ ଏସପି ରବିନ୍ଦ୍ର ନାଥ ଶତପଥୀ ।
ଗୁରୁବାର ସନ୍ଧ୍ୟାରେ ଆଠମଲ୍ଲିକ ଥାନା ଯଦୁପୁରରେ ହାତୀ ଦାନ୍ତ କାରବାର ଚାଲିଥିବା ନେଇ ଖବର ମିଳିଥିଲା । ଏହାପରେ ଏସଟିଏଫ୍ର ଏକ ଟିମ୍ ଚଢାଉ କରିଥିଲା । ଚଢାଉ ବେଳେ ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କୁ ଆଠମଲ୍ଲିକ ଏସଡିଜେଏମ୍ କୋର୍ଟକୁ ପଠାଯାଇଥିବା ସୂଚନା ରହିଛି ।
Comments are closed.