Latest Odisha News

BREAKING NEWS

ଏସିଆ କପ ଆୟୋଜନ କରି ବିସିସିଆଇ ମାଲାମାଲ

ନୂଆଦିଲ୍ଲୀ: ଏସିଆ କପ ଜିତି ଭାରତ ଏ ପର୍ଯ୍ୟନ୍ତ ଚାମ୍ପିୟନ୍ସ ଟ୍ରଫି ପାଇ ନ ଥିଲେ ମଧ୍ୟ ଆୟୋଜନ କରି ମାଲାମାଲ ହୋଇଛି । ଟାଇମ୍ସ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ବିସିସିଆଇ ଏସିଆ କପ ଆୟୋଜନ ବାବଦକୁ ୧୦୯.୪୪ କୋଟି ଟଙ୍କାର ଲାଭ ପାଇଛି । ବିସିସିଆଇ ୨୦୨୫-୨୬ ଫାଇନାନ୍ସିଆଲ ଇୟରରେ ୬୭୦୦ କୋଟି ଟଙ୍କାର ଫାଇଦା ପାଇଛି । ୨୦୧୭-୧୮ ତୁଳନାରେ ଏହା ୧୦ଗୁଣ ଅଧିକ । ଇଣ୍ଡିଆନ ପ୍ରିମିୟର ଲିଗ ଭାଲ୍ୟୁଏଶନ(ପାଖାପାଖି ୧୬୦୦ କୋଟି)ରେ କ୍ରମାଗତ ଦ୍ୱିତୀୟ ବର୍ଷରେ ଅବନ୍ନତି ଘଟିଛି ।

ବିସିସିଆଇ ମହିଳା ଘରୋଇ କ୍ରିକେଟ ପ୍ରତିଯୋଗିତାରେ ୯୬ କୋଟି ଟଙ୍କା ଖର୍ଚ୍ଚ କରିଛି । ଯାହା ୱିମେନ୍ସ ପ୍ରିମିୟର ଲିଗ ଫାଇଦାର ୨୬ ପ୍ରତିଶତ । ଗତ ଡବ୍ଲ୍ୟୁପିଏଲରେ ବିସିସିଆଇକୁ ୩୫୦ କୋଟିର ଲାଭ ହୋଇଥିଲା । ଅପରପକ୍ଷରେ ପୁରୁଷ ଘରୋଇ କ୍ରିକେଟରେ ବିସିସିଆଇ ୩୪୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛି । ଏଥିରେ ଆଇପିଏଲ ବାବାଦକୁ ୧୧୧ କୋଟି ଟଙ୍କା ଖର୍ଚ୍ଚ ହେବ । ମିଡିଆ ରାଇଟ୍ସରେ ପ୍ରତିଦ୍ୱନ୍ଦ୍ୱିତା କମିବା ଏବଂ ରିୟଲ ମନୀ ଗେମିଂ ସ୍ପନଶରଶିପ ଉପରେ ସରକାର ପ୍ରତିବନ୍ଧ ଲଗାଇବା ଯୋଗୁ ଆଇପିଏଲ ଆୟରେ ସାମାନ୍ୟ ହ୍ରାସ ହୋଇଛି ।

Comments are closed.