Latest Odisha News

BREAKING NEWS

ବ୍ରାଉନ ସୁଗର ଡିଲ୍‌ ବେଳେ ମାଡ଼ି ବସିଲା ସ୍ପେସାଲ କ୍ରାଇମ୍ ୟୁନିଟ୍, ୩ ଗିରଫ

ଭୁବନେଶ୍ବର: ବ୍ରାଉନ ସୁଗର ଡିଲ୍‌ ବେଳେ ମାଡ଼ି ବସିଲା ସ୍ପେସାଲ କ୍ରାଇମ୍ ୟୁନିଟ୍। ୫୫୬ ଗ୍ରାମ୍ ବ୍ରାଉନସୁଗାର ଜବତ ସହ ୩ ଗିରଫ। ଖୋର୍ଦ୍ଧାର ଜଣେ ମହିଳା ଓ ନିମାପଡ଼ାର ୨ ଯୁବକ ଗିରଫ। ଦାମୀ କାର୍‌ରେ ଚାଲାଣ ବେଳେ ଖୋର୍ଦ୍ଧାରୁ ଧରିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍‌। ନଗଦ ୫ ଲକ୍ଷ ୧୦ ହଜାର ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଜବତ। ଜବତ ବ୍ରାଉନ୍‌ସୁଗାରର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କା।

ଜଟଣୀ ହରିରାଜପୁର ଛକ ନିକଟରୁ ୫୫୫ ଗ୍ରାମର ଧଳାଜହର ଜବତ । ଏହି ଘଟଣାରେ ୩ ଜଣଙ୍କୁ ସ୍ପେସାଲ କ୍ରାଇମ ୟୁନିଟ୍ ଗିରଫ କରିଛି । ଖୋର୍ଦ୍ଧାର ମାଷ୍ଟର ମାଇଣ୍ଡ ଅନିତା ପରମଗୁରୁ (୪୧ ବର୍ଷ) ସମେତ ୨ ସହଯୋଗୀଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ନିମାପଡ଼ାର ରାଜେନ୍ଦ୍ର କୁମାର ସାହୁ (୩୨ ବର୍ଷ) ଏବଂ ଶିବ ପ୍ରସାଦ ଦାସ (୨୮ ବର୍ଷ)।

ସୂଚନା ଅନୁଯାୟୀ ରାଜ୍ୟରେ ବ୍ରାଉନ ସୁଗର କାରବାର ରୋକିବା ପାଇଁ ସ୍ପେସାଲ୍ କ୍ରାଇମ୍ ୟୁନିଟ୍ ଭୁବନେଶ୍ୱରରେ ଏକ ଅପରେସନ୍ ଚଳାଇଥିଲେ। ଏଥିରେ ସନ୍ଦିଗ୍ଧ ବ୍ୟକ୍ତିମାନଙ୍କୁ ଚିହ୍ନଟ ଏବଂ ଟ୍ରାକିଂ କରାଯାଇଥିଲା। ଏହି କ୍ରମରେ ଶୁକ୍ରବାର ଜଟଣୀ ହରିରାଜପୁର ଛକ ନିକଟରେ ଚଢାଉ ହୋଇଛି । ବ୍ରାଉନ ସୁଗର କାରବାର ଚାଲିଥିବା ବେଳେ ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ଗରଫ କରିବା ପରେ ପଚରାଉଚରା ଜାରି ରହିଛି । ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି, ତାହା ଜାଣିବା ପାଇଁ ଖୋଳତାଡ଼ ଚାଲିଛି । ଅପରାଧୀମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

 

Comments are closed.