ନୂଆଦିଲ୍ଲୀ: ମହିଳା ବିଶ୍ୱକପ କ୍ରିକେଟରେ ଭାରତ-ପାକିସ୍ତାନ ମ୍ୟାଚକୁ ରେକର୍ଡ ଦର୍ଶକ ଉପଭୋଗ କରିଛନ୍ତି । ଆଇସିସି ରିପୋର୍ଟ ଅନୁସାରେ ଅକ୍ଟୋବର ୫ରେ କଲମ୍ବୋରେ ଏହି ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ୨.୮୪ କୋଟି ଦର୍ଶକ ଏକତ୍ର ୧୮୭ କୋଟି ମିନିଟ ଉପଭୋଗ କରିଛନ୍ତି । ମହିଳା ଆନ୍ତର୍ଜାତୀୟ କ୍ରିକେଟରେ ପୂର୍ବରୁ ଏତେ ସଂଖ୍ୟକ ଦର୍ଶକ ଉପଭୋଗ କରି ନ ଥିଲେ । ବିଶ୍ୱକପ ଲିଗ ଷ୍ଟେଜରେ ପ୍ରଥମାର୍ଦ୍ଧରେ ଡିଜିଟାଲ-ଟିଭି ପ୍ଲାଟଫର୍ମରେ ମଧ୍ୟ ରେକର୍ଡ ସଂଖ୍ୟକ ଦର୍ଶକ ଏହାକୁ ଦେଖିଛନ୍ତି । ପ୍ରଥମ ୧୧ ମ୍ୟାଚରେ ଟିଭିରେ ୭.୨ କୋଟି ଦର୍ଶକ ଏହାକୁ ଦେଖିଥିଲେ ।
୨୦୨୨ ବିଶ୍ୱକପ ତୁଳନାରେ ଏହା ୧୬୬ ପ୍ରତିଶତ ବୃଦ୍ଧି । ଏହି ମ୍ୟାଚ ମାଧ୍ୟମରେ ୬୩୦ କୋଟି ମିନିଟର ୱାଚ ଟାଇମ ମିଳିଥିଲା । ସେହିପରି ଏହି ମ୍ୟାଚ ମାଧ୍ୟମରେ ୬ କୋଟିର ଭ୍ୟୁୟର୍ସ ମିଳିଥିଲା । ୨୦୨୨ ଏଡିଶନ ତୁଳନାରେ ୫ ଗୁଣ ବୃଦ୍ଧି ହୋଇଥିଲା । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅକ୍ଟୋବର ୧୨ରେ ଖେଳା ଯାଇଥିବା ମ୍ୟାଚକୁ ଜିୟୋହଟଷ୍ଟାରରେ ଏକ ସମୟରେ ୪୮ ଲକ୍ଷ ଲୋକ ଦେଖିଥିଲେ । ମହିଳା ବିଶ୍ୱକପର ଲୋକପ୍ରିୟତା କ୍ରିକେଟପ୍ରେମୀଙ୍କୁ ବେଶ ଉତ୍ସାହିତ କରିଛି ।
Comments are closed.