ଭୁବନେଶ୍ୱର: ୧୯ ବର୍ଷରୁ କମ ଭିନୁ ମଙ୍କଡ ଟ୍ରଫିରେ ଓଡିଶାର ଖେଳାଳିମାନେ ଭଲ ପ୍ରଦର୍ଶନ ଜାରୀ ରଖିଛନ୍ତି । କ୍ରମାଗତ ୪ର୍ଥ ବିଜୟ ସହ ଦଳ ଏବେ ନକଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛି । ହରିୟାଣାର ଝାଜରରେ ଖେଳାଯାଇଥିବା ବରୋଦା ବିପକ୍ଷ ମ୍ୟାଚରେ ଓଡିଶା ୬ ୱିକେଟରେ ବିଜୟ ହାସଲ କରିଛି । ଟସ ଜିତି ବରୋଦା ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ଓଡିଶା ବୋଲରଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ଯୋଗୁ ବରୋଦା ୨୭.୩ ଓଭରରେ ୧୦୭ ରନ କରି ଅଲଆଉଟ ହୋଇ ଯାଇଥିଲା । ବରୋଦାର କୌଣସି ବ୍ୟାଟ୍ସମ୍ୟାନ ଆଖିଦୃଶିଆ ସ୍କୋର କରିପାରି ନ ଥିଲେ । ପ୍ରିୟାଂଶୁ ମହାନ୍ତି ଓ ରୁଦ୍ର ପ୍ରସାଦ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।
୧୦୮ ରନର ବିଜୟ ଲକ୍ଷ୍ୟକୁ ଓଡିଶା ୧୮.୪ ଓଭରରେ ୪ ୱିକେଟ ହରାଇ ହାସଲ କରି ନେଇଥିଲା । ପ୍ରୟାନ ପ୍ରତୀକ ସାମଲ ୩ଟି ଛକା ଓ ୨ଟି ଚୌକା ସହାୟତାରେ ବିସ୍ଫୋରକ ୩୪ ରନ ସଂଗ୍ରହ କରିଥିଲେ । ବିଶ୍ୱଜିତ ପ୍ରଧାନ ୨୭ ରନ କରି ଅପରାଜିତ ରହିଥିଲେ । ଓଡିଶା ଏଲିଟ ଗ୍ରୁପ ଏରେ ୫ ମ୍ୟାଚରୁ ୧୬ ପଂଏଟ ହାସଲ କରି ଦ୍ୱିତୀୟ ସ୍ଥ୍ାନରେ ରହିଛି । ଗୁଜରାଟ ନିକଟରୁ କେବଳ ଓଡିଶା ପରାଜୟବରଣ କରିଛି । ଅପରପକ୍ଷରେ ଆନ୍ଧ୍ରପ୍ରଦେଶ, ବିଦର୍ଭ, ଗୋଆ ଓ ବରୋଦା ବିପକ୍ଷରେ ଦଳ ବିଜୟ ହାସଲ କରିଛି ।
Comments are closed.