ପୁରୀ: ପଞ୍ଚମ ରାଷ୍ଟ୍ରୀୟ ସାମୁଦ୍ରିକ ମତ୍ସ୍ୟଜିବୀ ଜନଗଣନା ୨୦୨୫ ଓଡ଼ିଶାର ସମୁଦ୍ର ଉପକୂଳବର୍ତ୍ତୀ ୬ଟି ଜିଲ୍ଲାରେ ହେବ । ଆସନ୍ତା ନଭେମ୍ବର ୩ ତାରିଖରୁ ଆରମ୍ଭ ହୋଇ ଡ଼ିସେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ସୂଚନାଥାଉକି, ଦୀର୍ଘ ୮ ବର୍ଷ ପରେ ହେବାକୁ ଯାଉଛି ପଞ୍ଚମ ରାଷ୍ଟ୍ରୀୟ ସାମୁଦ୍ରିକ ମତ୍ସ୍ୟଜୀବୀ ଜନଗଣନା।
ଆମ ରାଜ୍ୟର ୬ଟି ସମୁଦ୍ର କୂଳବର୍ତ୍ତି ଜିଲ୍ଲା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମରେ ବାସ କରୁଥିବା ତଥା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ରେ ନିର୍ଭରଶୀଳ ଥିବା ମତ୍ସ୍ୟ ଯିବି ପରିବାରଙ୍କୁ ସର୍ଭେ କରାଯିବ। ଗତ ୨୦୧୬ ମସିହାରେ ସାମୁଦ୍ରିକ ମତ୍ସ୍ୟଜୀବୀ ଜନଗଣନା ହୋଇଥିଲା। ପ୍ରତି ୫ ବର୍ଷରେ ଥରେ ଏହି ଗଣନା କରାଯାଇ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ସ୍ଥିତି ଅନୁଧ୍ୟାନ କରାଯାଏ ।
୨୦୨୧ରେ କୋଭିଡ ମହାମାରୀ ଯୋଗୁଁ ଜନଗଣନା ହୋଇପାରିନଥିଲା। ତେବେ ୨୦୨୫ ସର୍ଭେର ତଥ୍ୟକୁ ଆଧାର କରି କେନ୍ଦ୍ର ସରକାର ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ଉନ୍ନତି ପାଇଁ ପଦକ୍ଷେପ ନେବେ। ଏହା ଦ୍ଵାରା ସାମୁଦ୍ରିକ ମତ୍ସ୍ୟଜୀବୀ ମାନେ ଉପକୃତ ହେବେ।
ତେବେ ଏହି ଜନଗଣନାକୁ ସଫଳ କରିବା ନିମନ୍ତେ ଭାରତୀୟ କୃଷି ଗବେଷଣା ପରିଷଦ ଓ ସେଣ୍ଟ୍ରାଲ ମେରାଇନ ଫିସରିଜ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ ୩ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବିରରେ ପଶ୍ଚିମବଙ୍ଗ ଓ ଓଡ଼ିଶାର ସୁପରଭାଇଜର ଏବଂ ବୈଜ୍ଞାନିକ ମାନେ ଯୋଗ ଦେଇଥିଲେ । ବୈଜ୍ଞାନିକ ମାନେ କୋଚିରେ ତାଲିମ ନେବା ପରେ ମତ୍ସ୍ୟଜୀବୀ ଜନଗଣନାରେ ସାମିଲ ହେବାକୁ ଥିବା ୨୯ ଜଣ ସୁପର ଭାଇଜରଙ୍କୁ ତାଲିମ ଦେଉଛନ୍ତି। ଜନଗଣନାକୁ ତ୍ରୁଟି ମୁକ୍ତ ଓ ସୁବିଧା ପାଇଁ ‘ବ୍ୟାସ ଭାରତ’ ମୋବାଇଲ ଆପ ପ୍ରସ୍ତୁତ କରାଯାଇଛି।
Comments are closed.