ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଜଣେ ଯୁବକ ଖଣ୍ଡା ଧରି ଧମକ ଦେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହାପରେ ତାଙ୍କୁ ଗିରଫ କରାଯାଇଛି।
ତେବେ ଏହି ଭିଡିଓଟି ଦିଗପହଣ୍ଡି ଥାନା ଅନ୍ତର୍ଗତ ବଡ଼ ଡୁମ୍ବୁଲା ଗ୍ରାମର ସୁଶାନ୍ତ ମହାକୁଡ କରିଥିବା ଜଣାପଡିଛି। ଅଭିଯୁକ୍ତ ଜଣକ ଖଣ୍ଡା ଧରି ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ୩ଟି ମୁଣ୍ଡ ଧରି ଦିଗପହଣ୍ଡି ଥାନାକୁ ଯିବେ ବୋଲି ଦାବି କରିଥିଲେ। ଏଥିସହିତ ତାଙ୍କ ଭିଡିଓରେ ଦର୍ଶକମାନଙ୍କୁ ଲାଇକ୍ ଏବଂ କମେଣ୍ଟ କରିବାକୁ ମଧ୍ୟ ଅନୁରୋଧ କରିଥିଲେ।
ଏହି ଭିଡିଓଟି ସୋସିଆଲ ମିଡିଆରେ ଦୃତ ଗତିରେ ଭାଇରାଲ ହୋଇଥିବା ବେଳେ ସ୍ଥାନୀୟ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଏହି ଭିଡିଓଟି ପୋଲିସର ଦୃଷ୍ଟି ଆକର୍ଷଣ କରିବା ପରେ ସୁଶାନ୍ତଙ୍କୁ ତାଙ୍କ ଗାଁରୁ ଗିରଫ କରାଯାଇଥିଲା। ଯାହା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି। ତେବେ ଭିଡିଓଟି କେଉଁଥିପାଇଁ ଅପଲୋଡ୍ କରାଯାଇଥିଲା ତାହାର କାରଣ ଜାଣିବା ପାଇଁ ତଦନ୍ତ ଚଳାଇଛି ପୋଲିସ।
Comments are closed.