ରାୟଗଡା: କଲ୍ୟାଣସିଂହପୁର ବ୍ଲକରେ ଓଡିଶା ପୋଲିସ ପକ୍ଷରୁ ମାଓବାଦୀଙ୍କୁ ଧରାଇଲେ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ପୋଷ୍ଟର ମାଧ୍ୟମରେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି। ମାଓବାଦୀମାନଙ୍କ ସମ୍ପର୍କରେ ସୂଚନା ଦେବା ବ୍ୟକ୍ତିଙ୍କ ନାମ ଗୋପନୀୟ ରଖାଯିବ । ଅନ୍ୟପଟେ ସମସ୍ତ ମାଓବାଦୀମାନଙ୍କୁ ମଧ୍ଯ ପୋଲିସ ପାଖରେ ଆତ୍ମସର୍ମପଣ କରି ମୁଖ୍ୟସ୍ରୋତକୁ ଫେରିଲେ ଦୁଇଲକ୍ଷ ପଚାଶ ହଜାର,ବିବାହ ପାଇଁ ୨୫ ହଜାର,ବାସୋପଯୋଗୀ ଜମି ପାଇଁ ୨୫ହଜାର,ଗୃହ ନିର୍ମାଣ ପାଇଁ ୪୫ ହଜାର,ଅସ୍ତ୍ରସସ୍ତ୍ର ସହ ଆତ୍ମସମର୍ପଣ କଲେ ଅଧିକ ୩୫ହଜାର,ରୋଜଗାରକ୍ଷମ କରିବା ପାଇଁ ୧୦ ହଜାର ଷ୍ଟାଇପେଣ୍ଡ ସହିତ ୩ବର୍ଷ ଧନ୍ଧାମୂଳକ ତାଲିମ,ପାଠ ପଢିବାପାଇଁ ୩ହଜାର ପ୍ରଦାନ କରିବା ସହ ଛୋଟ ଅପରାଧି ମାମଲା ପ୍ରତ୍ୟାହାର ଓ ପୁରସ୍କାର ରାଶି ପ୍ରଦାନ କରିବା ଉଲ୍ଲେଖ ରହିଛି।
ଉକ୍ତ ପୋଷ୍ଟର କଲ୍ୟାଣସିଂହପୁର ପଞ୍ଚାୟତ ସମିତି ପାଚେରୀ, ସମିତି ଓ ତହସିଲଦାର କାର୍ଯ୍ୟାଳୟ ର ଫାଟକରେ ଲଗାଯାଇଥିବା ଦେଖିବାକୁ ମିଳିଛି। ଉକ୍ତ ପୋଷ୍ଟର ଗୁଡିକ ହିନ୍ଦୀ, ଓଡ଼ିଆ ଓ ଆଦିବାସୀ ଭାଷାରେ ଉଲ୍ଲେଖ କରାଯାଇଛି। ଯେଉଁ ଲୋକମାନେ ମାଓବାଦୀଙ୍କ ଠିକଣା ବା ଧରାଇବେ ସେହିମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଉଲ୍ଲେଖ ରହିଛି।
କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଷ ଓଇକେଙ୍କୁ ଧରାଇଲେ ସବୁଠାରୁ ଅଧିକା ୧କୋଟି ଟଙ୍କା, ସ୍ବେଶାଲ ଜୋନାଲ କମିଟିର ସଦସ୍ୟ ମାନେ ସୁଦର୍ଶନ ଓରଫ ବିକାଶ,ନିଖିଲ ଓରଫ ଶିବାଜୀ, ଅଙ୍କିତା ଓରଫ ଇନ୍ଦୁ, ଶୁକ୍ରୁ ଓରଫ କ୍ରିଷ୍ଣା, ନିତୁ ଏହି ପାଞ୍ଚ ଜଣଙ୍କୁ ଧରାଇଲେ ୫୦ଲକ୍ଷ ଟଙ୍କା ଲେଖାଏଁ, ମିଲିଟାରୀ ପ୍ଲାଟୁନ କମାଣ୍ଡର ଶିଳା ଓରଫ ନାଗମଣୀ, ଅନ୍ଵେଷା ଓରଫ ରେଣୁ, ଡିଭିଜିନାଲ କମିଟି ସଦସ୍ୟ ମମତା ଓରଫ ସାଇତେ, ନକୁଲ ଓରଫ ଚନ୍ଦ୍ରା ଙ୍କୁ ଧରାଇଲେ ୨୦ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ଘୋଷଣା କରିବା ସହ ପୋଷ୍ଟର ମାଧ୍ୟମରେ ଉଲ୍ଲେଖ କରିଛନ୍ତି।
ଏହି ପୋଷ୍ଟର ଗୁଡିକ ଓଡିଶା ପୋଲିସ ପକ୍ଷରୁ ମରା ଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ଶେଷରେ ୯୪୩୭୬୪୩୮୩୯ ଦ୍ୱାରା ଯୋଗାଯୋଗ କରିବା ପାଇଁ ଉଲ୍ଲେଖ ରହିଛି। ଏହାକୁ ନେଇ ପୋଲିସ ପକ୍ଷରୁ କୌଣସି ମତାମତ ମିଳିପାରି ନାହିଁ ।
Comments are closed.