Latest Odisha News

BREAKING NEWS

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ଆଉ ୨ ଜଣଙ୍କୁ ଉଠାଇ ଆଣିଲା ପୋଲିସ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ରୋମାଞ୍ଚକର ମୋଡ଼ । ଆଜି ପୁଣି ଭୁବନେଶ୍ବରରୁ ଦୁଇ ଜଣଙ୍କୁ ଉଠାଇ ନେଲା ପୋଲିସ । ଉଭୟଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରୁଛି ତଦନ୍ତକାରୀ ଟିମ୍ । ସେମାନଙ୍କ ଠାରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା ପୋଲିସ କହିଛି ।

ତେବେ ଘଟଣାସ୍ଥଳରେ ବିହାରୀ ଯୁବକଙ୍କ ସହ ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ଥିଲେ । ସେପଟେ ଘଟଣାରେ ବହୁ ଅପରାଧୀଙ୍କୁ ଜେରା କରିବା ପରେ ଏବେ ତଥାକଥିତ ପୁରୁଣା ଅପରାଧୀ ଉପମାକୁ ପୋଲିସ ଖୋଜୁଥିବା ପୋଲିସ କହିଛି ।

ଏହା ପୂର୍ବରୁ ୧୭ ତାରିଖରେ ନୋଟିସ ଦେଇ ଛାଡିଥିବା କର୍ପୋରେଟରଙ୍କୁ ରାତି ଅଧିଆ ଉଠାଇ ଆଣିଥିଲା ପୋଲିସ । ବାହାର ରାଜ୍ୟରୁ ଧରା ପଡ଼ିଥିବା ୮ ଅଭିଯୁକ୍ତଙ୍କ ସହ ସେହି କର୍ପୋରେଟରଙ୍କର କଣ ସମ୍ପର୍କ ରହିଛି ଏବେ ତା ଉପରେ ସମସ୍ତଙ୍କର ନଜର ରହିଛି । ଏହାର ଠିକ ଦିନକ ପୂର୍ବରୁ ୧୧ଜଣଙ୍କୁ ଉଠାଇ ଆଣି ଜେରା କରୁଥିଲା ପୋଲିସ । ସୁପାରି କିଲର, ରେକି ଟିମ ମେମ୍ବର, ହତ୍ୟାକାରୀଙ୍କୁ ସାହାଯ୍ୟ କରିଥିବା ବ୍ରହ୍ମପୁରର କିଛି ଯୁବକଙ୍କୁ ବି ପୁଲିସ ଉଠାଇ ନେଇଛି ।

ସୂଚନାଯୋଗ୍ୟ, ଅକ୍ଟୋବର ୬ ତାରିଖ ରାତିରେ ଘରକୁ ଫେରୁଥିବା ବେଳେ ଦୁଇ ଦୁର୍ବୁତ୍ତ ପୀତବାସଙ୍କୁ ଗୁଳିମାଡ଼ କରିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା ।

 

Comments are closed.