Latest Odisha News

BREAKING NEWS

ଦକ୍ଷିଣ ଆଫ୍ରିକା ବିପକ୍ଷରେ ପନ୍ତ ହେବେ ଅଧିନାୟକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଏବେ ଆଘାତ ସମସ୍ୟା ଯୋଗୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଖେଳୁ ନାହାନ୍ତି । ପନ୍ତ ଏବେ ଫିଟ ହେଉଛନ୍ତି ଓ ଅଭ୍ୟାସ ମଧ୍ୟ ଆରମ୍ଭ କରିଛନ୍ତି । ରିପୋର୍ଟ ମୁତାବକ ପନ୍ତଙ୍କୁ ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଭାରତ ଏ ଦଳର ନେତୃତ୍ୱ ନେବେ । ଏହା ପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ନଭେମ୍ବର ୧୪ରୁ ଏହି ସିରିଜ ଆରମ୍ଭ ହେବ । ଏହା ପୂର୍ବରୁ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ ୨ଟି ୪ ଦିନିକିଆ ମ୍ୟାଚ ଖେଳିବ ।

ପନ୍ତ ଖେଳିବା ସହ ଏଥିରେ ଅଧିନାୟକ ଦାୟିତ୍ୱ ତୁଲାଇବେ । ଏହା ମାଧ୍ୟମରେ ସେ ଟେଷ୍ଟ ସିରିଜ ପୂର୍ବରୁ ଭଲ ଅଭ୍ୟାସ ମଧ୍ୟ କରିପାରିବେ । ତେବେ ଏହି ୨ଟି ମ୍ୟାଚ କେବେ ଖେଳାଯିବ ସେ ସମ୍ପର୍କରେ ବିସିସିଆଇ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ । ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ଦିନିିକିଆ ସିରିଜରେ ଭାରତ ୧-୦ରେ ପଛୁଆ ରହିଛି । ସିରିଜରେ ତିଷ୍ଠି ରହିବା ପାଇଁ ଭାରତକୁ ଦ୍ୱିତୀୟ ମ୍ୟାଚରେ ବିଜୟ ହାସଲ କରିବାକୁ ପଡିବ ।

Comments are closed.