Latest Odisha News

BREAKING NEWS

ମହୁମାଛି ଆକ୍ରମାଣରେ ୫ ଜଣ ଗୁରୁତର

ରାୟଗଡା: କଲ୍ୟାଣସିଂହପୁର ବ୍ଲକ ସଦର ବନବିଭାଗ କାର୍ଯ୍ୟାଳୟ ନିକଟରେ ମହୁମାଛି ଆକ୍ରମାଣରେ ୫ଜଣ ଗୁରୁତର ହୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି। ଦୀପାବଳି ପାଇଁ ଜିନିଷ କିଣିବା ପାଇଁ ଶାଶୁ କମଳୀ ହିକକା, ଯୁଇଁ ଇଲିଗା କାଡ୍ରାକା, ରାୟଗଡ଼ରୁ ଆସିଥିବା ବ୍ୟବସାୟୀ ଜି ନାଗଭୂଷଣ ରାଓ(୬୨) ଜି ତ୍ରିପତି ନାଇଡ଼ୁ, ଘନଶ୍ୟାମ ବିଡ଼ିକା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।

କଲ୍ୟାଣସିଂହପୁର ଠାରୁ ପାର୍ସାଲି ଓ ଥେରୁବାଲି ଯିବାପାଇଁ କଲ୍ୟାଣୀ ସେତୁ ଦେଇ ଯାତାୟାତ କରାଯାଉଛି। କଲ୍ୟାଣୀ ନଦୀ ପୋଲ ତଳେ ବହୁ ଦିନ ଧରି ମହୁମାଛି ବସା ବାନ୍ଧି ରହିଛନ୍ତି। ଆଜି କୌଣସି କାରଣରୁ ମଧ୍ୟାହ୍ନ ସମୟରେ ମହୁମାଛି ବାହାରି ପୋଲ ଉପରେ ଯାତାୟାତ କରୁଥିବା ଲୋକଙ୍କୁ ଗୌଡାଇ ଗୌଡାଇ ଆକ୍ରମଣ କରିଥିଲା। ଯାହାଫଳରେ ଲୋକମାନେ ପ୍ରାଣ ବିକଳରେ ଧାଇଁ ଆସି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଥିଲେ।

ଏଠାରେ ଡକ୍ଟର ପ୍ରମୋଦ କୁମାର ମିଶ୍ର ପ୍ରାଥମିକ ଚିକିତ୍ସା ଚଳାଇଛନ୍ତି। ଏହି ସ୍ଥାନରେ ବାରମ୍ବାର ମହୁମାଛି ଆକ୍ରମଣ କରୁଥିଲେ ମଧ୍ୟ ନିକଟରେ ଥିବା ବନ ବିଭାଗ ଥାଇ ମଧ୍ୟ କୌଣସି ପଦକ୍ଷେପ ନେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୂର୍ବରୁ ମହୁମାଛି ଆକ୍ରଣରରେ ଅନେକ ଜୀବନ ମଧ୍ଯ ଚାଲି ଯାଇଥିବା ନଜର ରହିଛି ।

Comments are closed.