Latest Odisha News

BREAKING NEWS

Tiger Sighting: ଗାଁରେ ବାଘ ଆତଙ୍କ;ଗାଈକୁ ମାରି ଖାଇଲା

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ଦେଖିବାକୁ ମିଳିଛି କଲରାପତରିଆ ବାଘ ଆତଙ୍କ । ୨ ଦିନରେ ବାଘଟି ଗୋଟିଏ ଗାଈ ଓ ୩ଟି ଛେଳି ଖାଇ ଦେଇଥିବା ଜଣାପଡ଼ିଛି । ସ୍ଥାନୀୟ ବାସିନ୍ଦା ଭୟଭୀତ ଅଛନ୍ତି। ଘଟଣା ସ୍ଥଳରେ ବନ ବିଭାଗର ତଦନ୍ତ ଜାରି ରହିଛି ।

ଏପରିକି ଗାଈ ମାଲିକଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ପୁଣି ବାଘ ଆତଙ୍କ ଦେଖାଯାଇଛି । କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ୍ ଅଧୀନ ଖଟଖୁରା ଗାଁର ଧାନ ବିଲରେ ବାଘର ପାଦଚିହ୍ନ ଦେଖିବାକୁ ମିଳିଛି। କିଛି ଦିନ ତଳେ ବାଘଟି କଣ୍ଟାରିପାଟ ଜଙ୍ଗଲରେ ଏକ ଷଣ୍ଢକୁ ଆକ୍ରମଣ କରି ମାରିଦେଇଥିଲା। ଚାଷୀମାନେ ଧାନ ଅମଳ ସମୟରେ ବାଘ ଭୟରେ ବିଲକୁ ଯିବାକୁ ଡରୁଛନ୍ତି। ଅଞ୍ଚଳବାସୀ ତୁରନ୍ତ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବାଘକୁ ଘଉଡ଼ାଇବାକୁ ଦାବି କରିଛନ୍ତି।

 

Comments are closed.