ଭୁବନେଶ୍ୱର: ଗତକାଲି ଠାରୁ ଶେଷ ହୋଇଛି ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା । ୧୧ ଦିନ ଧରି ଉତ୍ସବମୁଖର ହୋଇଉଠିଥିବା ବରଗଡ ସହର ନୀରବ ହୋଇଯାଇଛି । ତେବେ ଯାତ୍ରା ଶେଷ ହେବା ପରେ କଂସ ଭୂମିକାରେ ଅଭିନୟ କରିଥିବା କଳାକାର ଶନିବାର ଦିନ ମହୋଦଧିରେ ବୁଡ଼ ପକାଇ ପାପ ଧୋଇବା ପାଇଁ ପୁରୀ ପହଁଚିଛନ୍ତି । କଂସ ମହାରାଜ ପୁରୀ ଯାଇ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ କହିଥିବା ସମସ୍ତ ଅପଶବ୍ଦ ପାଇଁ ଜଗନ୍ନାଥଙ୍କ ପାଖରେ କ୍ଷମା ପ୍ରଥନ କରିଛନ୍ତି ।
ଦୀର୍ଘ ୧୧ ଦିନ ଧରି ଜଗତର ନାଥଙ୍କ ପାଇଁ ଅପଶବ୍ଦ ବ୍ୟବହାର କରିଥିବାରୁ ନିଜକୁ ଦୋଷୀ ମନେ କରି କଂସ ଭୂମିକାରେ ଅଭିନୟ କରିଥିବା କଳାକାର ପୁରୀ ବେଳା ଭୂମିରେ ପହଞ୍ଚି ସ୍ନାନ କରିବା ସହ ମହାପ୍ରଭୁଙ୍କ ପାଖରେ ଯାଇ କ୍ଷମା ପ୍ରାର୍ଥନା କରିଛନ୍ତି ।
ଏହାପରେ ସେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପାଖକୁ ଯାଇ ଆଶୀର୍ବାଦ ମଧ୍ୟ ଭିକ୍ଷା କରିବେ । ଏହିପ୍ରଥା ଅନେକ ପୁରୁଣା ଧନୁଯାତ୍ରା ଆରମ୍ଭରୁ ଏହି ପ୍ରଥା ଚାଲି ଆସୁଛି ।
Comments are closed.