Latest Odisha News

BREAKING NEWS

ହୁତୁହୁତୁ ଜଳିଲା ଭୁବନେଶ୍ୱରର ୟୁନିଟ୍-୧ ମାର୍କେଟ

ଭୁବନେଶ୍ୱର: ଭୁବନେଶ୍ୱରର ବ୍ୟସ୍ତବହୁଳ ୟୁନିଟ୍-୧ ବଜାରରେ ବୁଧବାର ଦିନ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି।

ପ୍ରାଥମିକ ସୂଚନା ଅନୁଯାୟୀ, ଅପରାହ୍ନରେ ଏକ ରାସନ୍ ଦୋକାନରେ କୌଣସି କାରଣରୁ ନିଆଁ ଲାଗିବା ପରେ କିଛି ମିନିଟ୍ ମଧ୍ୟରେ ନିକଟସ୍ଥ ଦୋକାନଗୁଡ଼ିକୁ ବ୍ୟାପି ଯାଇଥିଲା। ଅତି କମରେ ପାଞ୍ଚଟି ଦୋକାନ ନିଆଁରେ ପୋଡ଼ି ଯାଇଥିଲା। ଫଳରେ ବିପୁଳ ପରିମାଣର ସାମଗ୍ରୀ ନଷ୍ଟ ହୋଇଯାଇଥିଲା।

ସୂଚନା ପାଇ ଅଗ୍ନିଶମ ସେବା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଅଭିଯାନ ଆରମ୍ଭ କରିଥିଲେ।ଅଗ୍ନିକାଣ୍ଡର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡି ନଥିଲେ ମଧ୍ୟ ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି।

ତେବେ ଘଟଣାରେ କୌଣସି ମୃତାହତର ରିପୋର୍ଟ ମିଳି ନଥିଲେ ମଧ୍ୟ ଅଗ୍ନିକାଣ୍ଡ ଯୋଗୁଁ ବ୍ୟବସାୟୀମାନେ ବିପୁଳ କ୍ଷତି ସହିଛନ୍ତି।

ପୋଲିସ ଏବଂ ଅଗ୍ନିଶମ ସେବା ଅଧିକାରୀମାନେ ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛନ୍ତି। ଅପରପକ୍ଷେ ଭୁବନେଶ୍ୱରର ସବୁଠାରୁ ଜନଗହଳିପୂର୍ଣ୍ଣ ବାଣିଜ୍ୟିକ କେନ୍ଦ୍ର ମଧ୍ୟରୁ ଗୋଟିଏ ଭାବରେ ବିବେଚିତ ୟୁନିଟ୍-୧ ବଜାରରେ ପ୍ରତିଦିନ ହଜାର ହଜାର ଦର୍ଶକଙ୍କ ଭିଡ଼ ହୁଏ।

 

 

Comments are closed.