Latest Odisha News

BREAKING NEWS

ମଝି ଆକାଶରେ ଇନ୍ଧନ ଲିକ୍, ଅଳ୍ପକେ ବର୍ତ୍ତିଲେ ଇଣ୍ଡିଗୋ ଯାତ୍ରୀ

ବାରଣାସୀ: ଉତ୍ତରପ୍ରଦେଶର ବାରଣାସୀରେ ଏକ ଇଣ୍ଡିଗୋ ବିମାନ ଜରୁରୀକାଳୀନ ଅବତରଣ କରିଛି। ବିମାନଟି କୋଲକାତାରୁ ଶ୍ରୀନଗର ଅଭିମୁଖେ ଯାତ୍ରା କରୁଥିଲା ବେଳେ ମଝି ଆକାଶରେ ଇନ୍ଧନ ଲିକ୍ ହୋଇଥିବା ଚିହ୍ନଟ ହୋଇଥିଲା।

ଯାହା ପରେ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଥିଲା। ତେବେ ଅବତରଣ ନିରାପଦ ହୋଇଥିଲା ବେଳେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା। ରିପୋର୍ଟ ଅନୁଯାୟୀ, କୋଲକାତାରୁ ଶ୍ରୀନଗର ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନ 6E-6961 ବୁଧବାର ଦିନ ବାରଣାସୀର ଲାଲ ବାହାଦୁର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା।

ଏହି ଇଣ୍ଡିଗୋ ବିମାନଟି ୧୬୬ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ ନେଇଯାଉଥିଲା। ବିମାନବନ୍ଦର ଅଧିକାରୀମାନେ କହିଛନ୍ତି ଯେ ବିମାନଟି ଅପରାହ୍ନ ୪:୧୦ରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା। ବାରଣାସୀର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ATC) ତୁରନ୍ତ ଅବତରଣ ଅନୁମତି ପ୍ରଦାନ କରିଥିଲା ଏବଂ କ୍ରୁ ସଦସ୍ୟମାନେ ସତର୍କତାର ସହ ବିମାନକୁ ରନୱେରେ ଓହ୍ଲାଇଥିଲେ।

Comments are closed.