Latest Odisha News

BREAKING NEWS

ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପୁରୀ ପୋଲିସର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ପୁରୀ: ଆସୁଛି ପର୍ଯ୍ୟଟନ ଋତୁ ଏହାକୁ ଦୃଷ୍ଟିରେ ରଖି, ପୁରୀ ପୋଲିସ ପକ୍ଷରୁ ସମସ୍ତ ହୋଟେଲ ମାଲିକ, ପରିଚାଳକ ଓ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ପାଇଁ ଏକ ବିସ୍ତୃତ ବୈଠକ କରାଯାଇଛି । ପୁରୀ ସହର ଓ ସମୁଦ୍ରତଟ ଅଞ୍ଚଳରେ ପର୍ଯ୍ୟଟକ ସୁରକ୍ଷା, ହୋଟେଲ ଶୃଙ୍ଖଳା, ଏବଂ ଅନଲାଇନ ଠକେଇ ରୋକିବା ଉଦ୍ଦେଶ୍ୟରେ ଏହି ବୈଠକ ହୋଇଥିଲା । ପ୍ରତ୍ୟେକ ହୋଟେଲରେ ପ୍ରବେଶଦ୍ୱାର, ପ୍ରତ୍ୟେକ ତଳ, କରିଡର, କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇବା ସହ ।

ସିସିଟିଭି ଫୁଟେଜ୍‌କୁ ଅତି କମରେ ୩୦ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ରଖିବା ପାଇଁ କୁହାଯାଇଛି । ସମସ୍ତ ହୋଟେଲରେ ବୈଧ ଅଗ୍ନି ନିରାପତ୍ତା ଓ ବୈଦ୍ୟୁତିକ ସୁରକ୍ଷା ସର୍ଟିଫିକେଟ ରଖିବାକୁ କୁହାଯାଇଛି । ହୋଟେଲରେ ନିଯୁକ୍ତି ପାଇଥିବା ପ୍ରତ୍ୟେକ କର୍ମଚାରୀଙ୍କର ନିରୀକ୍ଷଣ କରିବାକୁ କୁହାଯାଇଛି । ପ୍ରତିଦିନ ଅତିଥି ତାଲିକା (Log Book) ରଖିବା ସହିତ ଆଧାର ସଂଖ୍ୟା ଓ ଯୋଗାଯୋଗ ନମ୍ବର ଲିଖିବା ଆବଶ୍ୟକ, ଅଭିଭାବକ ବିନା କୌଣସି ଅପ୍ରାପ୍ତ ବୟସ୍କ (minor) ଅତିଥିଙ୍କୁ ରଖାଯିବ ନାହିଁ ।

ସେହିପରି, ଚେକ୍-ଇନ ସମୟରେ ଯଦି କୌଣସି ଅତିଥି ଉପରେ ସନ୍ଦେହ ଆସେ, ସଙ୍ଗେ ସଙ୍ଗେ ସ୍ଥାନୀୟ ଆଇଆଇସିଙ୍କୁ ସୂଚନା କରିବାକୁ କୁହାଯାଇଛି । ଯଦି କୌଣସି ବିଦେଶୀ ନାଗରିକ ହୋଟେଲରେ ରହନ୍ତି, ତେବେ ତାଙ୍କ ସୂଚନା FRO ମାଧ୍ୟମରେ ଏସପି ପୁରୀ କାର୍ଯ୍ୟାଳୟକୁ ପଠାଇବା କୁହାଯାଇଛି । ପ୍ରତ୍ୟେକ ହୋଟେଲ ମାଲିକ ନିଜ ହୋଟେଲ ନାମରେ ନକଲି ୱେବସାଇଟ କିମ୍ବା ଅନଲାଇନ ଲିଷ୍ଟିଂ ଥିଲେ ନିୟମିତ ଭାବେ ଯାଞ୍ଚ କରିବାକୁ କୁହାଯାଇଛି । ଯଦି କୌଣସି ଠକେଇ ୱେବସାଇଟ ଚିହ୍ନଟ ହୁଏ, ତେବେ ସଙ୍ଗେ ସଙ୍ଗେ ସାଇବର ପୋଲିସ ଷ୍ଟେସନ ପୁରୀ (8280491300) ନମ୍ବରକୁ ଅବଗତ କରାଇବେ ।

ସମୁଦ୍ରତଟ ସମୀରେ ଥିବା ହୋଟେଲମାନେ ପ୍ରଯ୍ୟଟକଙ୍କୁ ସମୁଦ୍ର ସ୍ନାନ କରିବାକୁ ଗଲାବେଳେ ସତର୍କ କରାଇବେ କି ବେଶୀ ଗଭୀର କୁ ଯିବେ ନାହିଁ । ହୋଟେଲ ଆଖପାଖରେ ଯଦି କୌଣସି ଅସାମାଜିକ କାର୍ଯ୍ୟ ହୁଏ, ସଙ୍ଗେ ସଙ୍ଗେ ସ୍ଥାନୀୟ ଥାନା କିମ୍ବା 112 ନମ୍ବରକୁ ଖବର ଦେବା କୁହାଯାଇଛି । ଏହା ସହ ପୋଲିସ ପର୍ଯ୍ୟଟକ ସହାୟତା ନମ୍ବର 6370967100 ସହ ସ୍ଥାନୀୟ ଥାନା ଯୋଗାଯୋଗ ନମ୍ବର ପ୍ରତେକ ଟୁରିଷ୍ଟଙ୍କୁ ଦେବାପାଇଁ କୁହାଯାଇଛି । ପର୍ଯ୍ୟଟକ ସୁରକ୍ଷା ଓ ପୁରୀର ସକାରାତ୍ମକ ପର୍ଯ୍ୟଟନ ପରିଚୟ ରକ୍ଷା ପାଇଁ ସମସ୍ତ ହୋଟେଲ ମାଲିକ, ପରିଚାଳକ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶର ପାଳନ କରିବାକୁ ଅନୁରୋଧ କରାଯାଉଛି ।

Comments are closed.