Latest Odisha News

BREAKING NEWS

ଫ୍ଲିଂଟଫ କହିଲେ ମୁଁ ସୀମା ଅତିକ୍ରମ କରିଥିଲି, ବ୍ରଡଙ୍କ ଉପରେ ରାଗ ଶୁଝାଇଲେ ଯୁବରାଜ

ଲଣ୍ଡନ: ଇଂଲଣ୍ଡର ପୂର୍ବତନ ଅଲରାଉଣ୍ଡର ଆଣ୍ଡ୍ର‌୍ୟୁ ଫ୍ଲିଂଟଫ ୧୮ ବର୍ଷ ପରେ ୨୦୦୭ ଟି୨୦ ବିଶ୍ୱକପ କ୍ରିକେଟ ଅବସରରେ କରିଥିବା ଭୁଲ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯୁବିଙ୍କ ସହ ହୋଇଥିବା ଯୁକ୍ତିତର୍କରେ ମୁଁ ସୀମା ଅତିକ୍ରମ କରିଥିଲି । ଏଥିରେ ଯୁବି ରାଗି ଯାଇଥିଲେ । ସେ ସବୁ ରାଗ ଷ୍ଟୁଆର୍ଟ ବ୍ରଡଙ୍କ ଉପରେ ଉଠାଇଥିଲେ । ଏହି ମ୍ୟାଚରେ ବ୍ରଡଙ୍କ ଗୋଟିଏ ଓଭରରେ ଯୁବରାଜ ୬ଟି ବଲରେ ୬ଟି ଛକା ମାରିଥିଲେ । ଭାରତ ଏହି ମ୍ୟାଚରେ ୪ ୱିକେଟ ବିନିମୟରେ ୨୧୮ ରନ କରିବା ୧୮ ରନରେ ଏହାକୁ ଜିତି ନେଇଥିଲା ।

ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ପ୍ରଥମ ଟି୨୦ ବିଶ୍ୱକପ ଟାଇଟଲ ମଧ୍ୟ ହାସଲ କରିଥିଲା । ଯୁବରାଜ ଓ ମୁଁ ସର୍ବଦା ପରସ୍ପରକୁ ଥଟ୍ଟା କରିଥାଉ । ମୁଁ ସାମାନ୍ୟ ଅଘାତାପ୍ରାପ୍ତ ଥିଲି । ଯୁବିଙ୍କ ବିପକ୍ଷରେ ମୁଁ ପ୍ରଥମେ ରାଗି ଯାଇଥିଲି ବୋଲି ଫ୍ଲିଂଟଫ କହିଛନ୍ତି । ଯୁବିଙ୍କ ଛକା ବ୍ରଡଙ୍କ ବଦଳରେ ମୋ ଓଭରରେ ହୋଇଥିଲେ ଭଲ ହୋଇଥାନ୍ତା । ଫ୍ଲିଂଟଫଙ୍କ ଏହି ବୟାନ ଏବେ ବେଶ ଚର୍ଚ୍ଚାର କାରଣ ସାଜିଛି ।

Comments are closed.