ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ହର୍ଷିତ ରାଣାଙ୍କୁ ଭାରତୀୟ ଟିମରେ ସାମିଲ କରିବା ନେଇ କୋଚ ଗୌତମ ଗମ୍ଭୀରଙ୍କ ସମାଲୋଚନାର ଶୀକାର ହେବାକୁ ପଡିଥିଲା । ଏପରିକି ଗମ୍ଭୀର ତାଙ୍କ ବ୍ୟକ୍ତିଗତ ପସନ୍ଦକୁ ଗୁରୁତ୍ୱ ଦେଉଥିବା ଅଭିଯୋଗ ହୋଇଥିଲା । ତେବେ ହର୍ଷିତ ତାଙ୍କ ସମ୍ମାନ ରଖିଛନ୍ତି । ପ୍ରଥମ ୨ଟି ମ୍ୟାଚରେ ସେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ମଧ୍ୟ ଅଧିନାୟକ ଶୁଭମନ ଗିଲ ଓ ଗମ୍ଭୀର ତାଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ଦେଇଥିଲେ । ତୃତୀୟ ଦିନିକିଆରେ ହର୍ଷିତ ଚମତତ୍କାର ବୋଲିଂ ପ୍ରଦର୍ଶନ କରି ୪ଟି ୱିକେଟ ନେଇଥିଲେ । ତାଙ୍କ ପ୍ରଦର୍ଶନ ବଳରେ ଭାରତ ମ୍ୟାଚକୁ ପ୍ରତ୍ୟାବର୍ତନ କରିଥିଲା ।
ଅଷ୍ଟ୍ରେଲିଆ ଘରୋଇ ପିଚରେ ୨୫୦ ରନ ମଧ୍ୟ କରିପାରି ନ ଥିଲା । ଅଷ୍ଟ୍ରେଲିଆ ୨୩୬ ରନରେ ଅଲଆଉଟ ହୋଇ ଯାଇଥିବା ବେଳେ ହର୍ଷିତ ୩୯ ରନ ବିନିମୟରେ ୪ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ୱାଶିଂଟନ ସୁନ୍ଦର ୨ଟି ଏବଂ ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, କୂଲଦୀପ ଯାଦବ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଅଷ୍ଟ୍ରେଲିଆ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତି ନେଇଛି ।
Comments are closed.