ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବିଜେପି ପାର୍ଟି କାର୍ଯ୍ୟାଳୟ ଠାରେ ସୁଭଦ୍ରା ଶକ୍ତି ସମାବେଶ ଅନୁଷ୍ଠିତ ହୋଇ ଯାଇଛି । ଏହି ସମାବେଶରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇ ସୁଭାତ୍ରା ମାଆଙ୍କୁ ଆହ୍ବାନ କରିଥଲେ ।
ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନୂଆପଡ଼ାରେ ବିକାଶ ନକ୍ସା ପରିବର୍ତ୍ତନ ହୋଇଛି । ଘରେ ଘରେ ସୁଭଦ୍ରା ପହଞ୍ଚିବା ସହ ନୂଆପଡ଼ାର ଘରେ ଘରେ ବିକାଶ ପହଞ୍ଚିବ । ବିଜେପିର ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିଜୟୀ କରିବା ସୁନିଶ୍ଚିତ କହିବା ସହ ବାପ ଛେଉଣ୍ଡ ପୁଅକୁ ସୁଭଦ୍ରା ମାଆ ଏବଂ ତାଙ୍କ ପରିବାର ଭୋଟ ଦେଇ ଜୟଯୁକ୍ତ କରିବାକୁ ଅନୁରୋଧ କରିଥିଲେ । ଏହି ସୁଭଦ୍ରା ଶକ୍ତି ସମାବେଶରେ ହଜାର ହଜାର ସଂଖ୍ୟକ ମହିଳା ମାନେ ସାମିଲ ହୋଇଥିଲେ ।
ସଭାରେ ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆ, କଳାହାଣ୍ଡି ସାଂସଦ ମାଳବିକା ଦେବୀ, ମହାସମୁନ୍ଦ ସାଂସଦ ରୂପ କୁମାର ଚୌଧୁରୀ, ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ପୂବତନ ବିଧାୟିକା କୁସୁମ ଟେଟେ ଙ୍କ ସମେତ ବହୁ ମହିଳା ନେତ୍ରୀ ଯୋଗ ଦେଇଥିଲେ । ଆଗାମୀ ଦିନରେ ଡବଲରୁ ଟ୍ରିପଲ କରି ନୂଆପଡାର ବିକାଶର ସୂତ୍ର ଧର ହୁଅନ୍ତୁ ବୋଲି ବିଜେପି ନେତାଙ୍କ ସହ ପ୍ରାର୍ଥୀ କହିଛନ୍ତି ।
Comments are closed.