Latest Odisha News

BREAKING NEWS

Aahaar Scheme: ଏଣିକି ଆହାର ଖର୍ଚ୍ଚ ବହନ କରିବେ ସରକାର, ୫୧୨ କୋଟି ଟଙ୍କାର ଆହାର ଯୋଜନାକୁ ଅନୁମୋଦନ…

ଭୁବନେଶ୍ବର: ଏଣିକି ଆହାର ଖର୍ଚ୍ଚ ବହନ କରିବେ ସରକାର । ଯୋଜନାରେ କଲେ ସାମିଲ । ରାଜ୍ୟ ସରକାର ଆହାର କାର୍ଯ୍ୟକ୍ରମକୁ ଯୋଜନାରେ ପରିଣତ କରିଛନ୍ତି । ଓଡିଶା କ୍ୟାବିନେଟ୍ “ଆହାର” ଯୋଜନାକୁ ସବୁଜ ସଙ୍କେତ ଦେଇଛି । ୨୦୨୫-୨୬ ରୁ ୨୦୨୯-୩୦ ପର୍ଯ୍ୟନ୍ତ ପାଞ୍ଚ ଆର୍ଥିକ ବର୍ଷରେ ୫୧୨ କୋଟି ଟଙ୍କାର ଯଥେଷ୍ଟ ବ୍ୟୟ ବରାଦ କରିଛି ରାଜ୍ୟ କ୍ୟାବିନେଟ୍ ।

ପୂର୍ବରୁ ବିଭିନ୍ନ କର୍ପୋରେଟ ସଂସ୍ଥାଙ୍କ ସିଏସଆର ପାଣ୍ଠି, ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରି ଲୋକଙ୍କୁ ୫ଟଙ୍କାରେ ଡାଲମା, ଭାତ ଯୋଗାଇ ଦିଆଯାଉଥିଲା । ହେଲେ ଏବେ ଏଥିପାଇଁ ଏବେ ପାଣ୍ଡି ଯୋଗାଇ ଦେବେ ରାଜ୍ୟ ସରକାର । ସୁଲଭ ପୁଷ୍ଟିସାର ଚାହିଦା ପୂରଣ କରିବା ସହିତ ପ୍ରତି ପ୍ଲେଟ୍ ମାତ୍ର ୫ ଟଙ୍କା ମୂଲ୍ୟରେ ସବସିଡିଯୁକ୍ତ ଖାଦ୍ୟର ସୁଗମ ବିତରଣ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ଏବେ ଏହାକୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଏକ ଯୋଜନା ଭାବେ ଘୋଷଣା କରିଛନ୍ତି ସରକାର ।ଏନେଇ ଯୋଜନାକୁ ଶନିବାର ରାଜ୍ୟ କ୍ୟାବିନେଟରେ ଅନୁମୋଦନ ମିଳିଛି ।

ତେବେ ଏହି ପଦକ୍ଷେପ ପରେ, ଏବେ ଆହାର ମିଲ୍ ପ୍ରତି ଖର୍ଚ୍ଚ ଏବେ ୪ ଟଙ୍କା ବୃଦ୍ଧି ହୋଇଛି । ଯଦିଓ ସାଧାରଣ ଲୋକେ ଆହାର କେନ୍ଦ୍ରରେ ସେଇ ୫ଟଙ୍କାରେ ଡାଲମା, ଭାତ ଖାଇବେ, କିନ୍ତୁ ରାଜ୍ୟ ସରକାର ଏଥିପାଇଁ ଆହାର ଯୋଗାଉଥିବା ସଂସ୍ଥାକୁ ୨୩ ଟଙ୍କା ବଦଳରେ ୨୭ ଟଙ୍କା ଦେବେ । ଏହା କେବଳ ସବସିଡି ବାବଦକୁ ଖର୍ଚ୍ଚ ହେବ । ପ୍ରତି ମିଲ୍ ପିଛା ସବସିଡି ୧୮ ଟଙ୍କାରୁ ବଢି ୨୨ ଟଙ୍କାଙ୍କୁ ବୃଦ୍ଧି କରାଯାଇଛି ।

Comments are closed.