ସୁନ୍ଦରଗଡ: ବନ୍ଧୁକ ଦେଖାଇ, ହାତଗୋଡ଼ ବାନ୍ଧି ୪୦ ଭରି ସୁନା ଅଳଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି l ସୁନ୍ଦରଗଡ ଜିଲ୍ଲା ବଣାଇ ଥାନା ହାଟପଦା ନିକଟରେ ଜଣେ ବ୍ୟବସାୟୀଙ୍କ ଘରେ ପଶି ବନ୍ଧୁକ ଦେଖାଇ ଏହି ଲୁଟ୍ କରିଛନ୍ତି ଦୁର୍ବୃତ୍ତ ମାନେ l
ଗତକାଲି ବିଳମ୍ବିତ ରାତିରେ ୫ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶିଥିଲେ l ଘରେ ଥିବା ଜଣେ ବିଧବା ମହିଳା ଓ ତାଙ୍କ ଝିଅଙ୍କ ହାତ ଗୋଡ ବାନ୍ଧି ଦେଇଥିଲେ l ଏହାପରେ ୪୦ ଭରି ସୁନା ସହ ନଗଦ ୨୫ ଲକ୍ଷ ଟଙ୍କା ନେଇ ଫେରାର ମାରିଥିଲେ ୫ ଦୁର୍ବୃତ୍ତ l ଘରେ ଥିବା ଜଣେ କର୍ମଚାରୀଙ୍କୁ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି l
ପ୍ରାୟ ତିନି ଘଣ୍ଟା ଧରି ଏହି ଲୁଟ୍ ଚାଲିଥିବାବେଳେ ଆଖପାଖ ପୋଡୋଶୀ କେହି ଏହାର ଟେର୍ ପାଇନଥିଲେ l ଖବରପାଇ ବଣାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି l
Comments are closed.