ନୂଆଦିଲ୍ଲୀ: ଭାରତର ପୂର୍ବତନ ୧୯ ବର୍ଷରୁ କମ କ୍ରିକେଟର ଅଧିନାୟକ ପୃଥ୍ୱୀ ଶ ଆଜି ରଣଜୀ ଟ୍ରଫିରେ ଝଡ ସୃଷ୍ଟି କରିଛନ୍ତି । ମହାରାଷ୍ଟ୍ର ପକ୍ଷରୁ ଖେଳୁଥିବା ପୃଥ୍ୱୀ ଚଣ୍ଡୀଗଡ ବିପକ୍ଷରେ ମାତ୍ର ୧୪୧ ବଲରେ ଦ୍ୱିଶତକ ହାସଲ କରିଥିଲେ । ରଣଜୀ ଟ୍ରଫି ଇତିହାସରେ ତୃତୀୟ ଦ୍ରୁତ ଦ୍ୱିଶତକ ହାସଲକାରୀ ବ୍ୟାଟ୍ସମ୍ୟାନ ହୋଇଛନ୍ତି । ୨୦୨୪ରେ ହାଇଦ୍ରାବାଦର ତନ୍ମୟ ଅଗ୍ରୱାଲ ଅରୁଣାଚଳ ପ୍ରଦେଶ ବିପକ୍ଷରେ ୧୧୯ ବଲରେ ଦ୍ୱିଶତକ ମାରି ରେକର୍ଡ କରିଥିଲେ । ଏହା ଏବେ ବି ଅତୁଟ ରହିଛି । ସେହିପରି ୧୯୮୫ରେ ରବି ଶାସ୍ତ୍ରୀ ବରୋଦା ବିପକ୍ଷରେ ୧୨୩ ବଲରେ ଦ୍ୱିଶତକ ହାସଲ କରିଥିଲେ ।
ପୃଥ୍ୱୀ ୭୨ ବଲରେ ଶତକ ମାରିଦେଇଥିଲେ । ସେ ଓଭରାଲ ୧୫୬ ବଲର ସାମ୍ନା କରି ୨୨୨ ରନ କରି ଆଉଟ ହୋଇଥିଲେ । ସେ ତାଙ୍କ ଇନିଂସରେ ୨୯ ଚୌକା ଓ ୫ ଛକା ମାରିଥିଲେ । ମହାରାଷ୍ଟ୍ର ପ୍ରଥମ ଇନିଂସରେ ରିତୁରାଜ ଗାଏକ୍ୱାଡଙ୍କ ୧୧୬ ରନ ସହାୟତାରେ ୩୧୩ ରନ କରିଥିଲା । ଜବାବରେ ଚଣ୍ଡୀଗଡ ୨୦୯ ରନ କରି ଅଲଆଉଟ ହୋଇ ଯାଇଥିଲା । ଦ୍ୱିତୀୟ ଇନିଂସରେ ମହାରାଷ୍ଟ୍ର ୩ ୱିକେଟ ବିନିମୟରେ ୩୫୯ ରନ କରି ଇନିଂସ ଘୋଷଣା କରିଥିଲା । ଚଣ୍ଡୀଗଡ ସମ୍ମୁଖରେ ୪୬୪ ରନର ବିଜୟ ଲକ୍ଷ୍ୟ ରହିଛି ।
Comments are closed.