ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କଳାବଜାରୀ ରୋକିବା ଏବଂ ଯୋଗାଣ ଶୃଙ୍ଖଳ ବଜାୟ ରଖିବା ପାଇଁ ଯାଞ୍ଚ କଡାକଡି କରାଯାଇଛି। ସମ୍ଭାବ୍ୟ ବାତ୍ୟା ମୋନ୍ଥାର ପ୍ରଭାବ ଆଜିଠାରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଯେଭଳି କୌଣସି ବ୍ୟବସାୟୀ କଳାବଜାରୀ ଓ ଅନାବଶ୍ୟକ ଭାବେ ଖାଦ୍ୟ ସାମଗ୍ରୀ ମହଜୁଦ କରି ନ ରଖନ୍ତି ଏଥିନିମନ୍ତେ ଏହି ଚଢ଼ାଉ କରାଯାଇଛି।
ଚୁଡା, ଗୁଡ଼, ଚିନି, ଡାଲି, ଖାଇବା ତେଲ, ଆଳୁ, ପିଆଜ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିମାଣ ପ୍ରଚୁର ଭାବେ ଉପଲବ୍ଧ ହେବା ଓ ଖାଉଟି ମାନଙ୍କ ମଧ୍ୟରେ ଏସବୁ ସାମଗ୍ରୀ ବଜାରରେ କମ ମିଳିବା ନେଇ କୌଣସି ସଂଶୟ ନରୁହେ ଏଥିପ୍ରତି ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ଗତକାଲି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ଅବଗତ କରାଯାଇଥିଲା।
ଏପରିକି ବାତ୍ୟା ପ୍ରଭାବରେ ଅଧିକ ପରିମାଣର ବର୍ଷା ହେବା ନେଇ ଆକଳନ କରାଯାଇଥିବା ଜିଲ୍ଲା ଗୁଡିକରେ ମଧ୍ୟ୍ୟ ପର୍ଯ୍ୟାପ୍ତ ପରିମାଣର ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ ରହିଛି। ଏପରିକି ଯୋଗାଣ ଶୃଙ୍ଖଳ ନିରବରଛିନ୍ନ ଥିବା ଏବଂ ଉଚିତ ମୂଲ୍ୟରେ ଖାଉଟି ମାନେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଉଥିବା ନେଇ ଜଣାପଡିଛି।
Comments are closed.