ବାରିପଦା: ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି ବୁଧବାର ଦିନ ମୟୂରଭଞ୍ଜ ଜିଲ୍ଲାରେ ଥିବା ଶିମିଳପାଳ ବ୍ୟାଘ୍ର ଅଭୟାରଣ୍ୟ ବନ୍ଦ ରହିବା ନେଇ ସୂଚନା ଦିଆଯାଇଛି। ମଙ୍ଗଳବାର ରାତିରେ ବାତ୍ୟା ମୋନ୍ଥା ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିଛି।
ଯାହା ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ୟେଲୋ ୱର୍ଣିଙ୍ଗ ଜାରି କରାଯିବା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ପର୍ଯ୍ୟଟକ ଏବଂ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଭୟାରଣ୍ୟକୁ ବନ୍ଦ ରଖିବାକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଜାରି କରିଛନ୍ତି।
ତେବେ ପାଣିପାଗ ସ୍ବାଭାବିକ ହେବା ପରେ ଅଭୟାରଣ୍ୟ ଖୋଲାଯାଇ ସ୍ୱାଭାବିକ ଭାବରେ ପରିଚାଳନା କରାଯିବା ନେଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏଥିସହିତ ପର୍ଯ୍ୟଟକ ମାନଙ୍କୁ ଅଧିକ ଅପଡେଟ୍ ପାଇଁ ସରକାରୀ ୱେବସାଇଟ୍ ଯାଞ୍ଚ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
Comments are closed.