ଭୁବନେଶ୍ୱର: ପାଖେଇ ଆସିଲାଣି ନୂଆପଡ଼ା ଉପନିର୍ବାଚନ ତାରିଖ। ଏଥିପାଇ କମ୍ପୁଛି ପ୍ରଚାର-ପ୍ରସାର। ମଇଦାନକୁ ଓହ୍ଲାଇଛନ୍ତି ସମସ୍ତ ଦଳୀୟ ନେତା। ଏହେ ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଉଛି। ନଭେମ୍ବର ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ନବୀନ ନୂଆପଡ଼ା ଯାଇ ବିଜେଡିର ପ୍ରଚାର ମଙ୍ଗ ଧରିବେ। ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ସେ ୩ରେ ଭୋଟ୍ ଭିକ୍ଷା କରିବେ।
ବିଜେଡି ପାଇଁ ନୂଆପଡ଼ା ଉପନିର୍ବାଚନ ଅଗ୍ନି ପରୀକ୍ଷା ଛିଡ଼ା କରାଇଛି। ତେଣୁ ଦଳର ୧ ନମ୍ବର ଷ୍ଟାର ପ୍ରଚାରକ ନବୀନ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି। ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ପୂରା ଦମ୍ ଲଗାଇ ଦେଇଛି । ଦଳର ବରିଷ୍ଠ ଓ ଯୁବ ନେତାମାନେ ନୂଆପଡ଼ାରେ ଡେରା ପକାଇଛନ୍ତି ।
ନବୀନ ମଇଦାନକୁ ଓହ୍ଲାଇବା ପରେ କର୍ମୀଙ୍କ ଭିତରେ ଉତ୍ସାହ ଆହୁରି ବଢ଼ିବ ବୋଲି ଦଳୀୟ ନେତାମାନେ ଆଶା ବାନ୍ଧିଛନ୍ତି। ଦଳୀୟ ସୂତ୍ର ଅନୁସାରେ, ନବୀନ ବିଜେଡି ପ୍ରାର୍ଥୀଙ୍କ ପାଇଁ ଦୁଇ ଥର ପ୍ରଚାର କରିବାକୁ ଯିବେ। ୩ ପରେ ୬ କିମ୍ବା ୭ରେ ନୂଆପଡ଼ା ଗସ୍ତରେ ଯାଇ ଭୋଟ୍ ପ୍ରଚାର କରିବାର କାର୍ଯ୍ୟସୂଚୀ ରହିଛି।
Comments are closed.