Latest Odisha News

BREAKING NEWS

Lingaraj Temple: କାଲିଠାରୁ ଓପାସରେ ଥିଲେ ମହାପ୍ରଭୁ ଲିଙ୍ଗରାଜ; ଆଜି ସ୍ବାଭାବିକ ହେଲା ନୀତିକାନ୍ତି

ଭୁବନେଶ୍ବର: କାର୍ତ୍ତିକ ମାସ ପରି ପବିତ୍ର ଧର୍ମମାସରେ ଦେଖା ଦେଖାଦେଇଥିଲା ମହାବିଭ୍ରାଟ । ପ୍ରାୟ ୨୪ ଘଣ୍ଟା ପରେ ସ୍ବାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ଗୁରୁବାର ସକାଳୁ ମଙ୍ଗଳ ଆଳତୀ ଅବକାଶ ସରିଛି। କୋଠ ଭୋଗ ପ୍ରକ୍ରିୟା ଆରମ୍ଭ ହୋଇଛି ।ଗତକାଲି ଲିଙ୍ଗରାଜ ମନ୍ଦିର ନୀତିକାନ୍ତି ବନ୍ଦ କରିଥିଲେ ସେବାୟତ। ସମର୍ଥା ନିଯୋଗ ସେବାୟତ ଲିଙ୍ଗରାଜଙ୍କ ସେବା ବନ୍ଦ କରିଥିଲେ । ଫଳରେ ଲିଙ୍ଗରାଜ ମହାପ୍ରଭୁ ମହାକାର୍ତ୍ତିକ ମାସରେ ଖାଡା ଉପାସରେ ଥିଲେ । ଯାହାଦ୍ବାରା ହଜାର ହଜାର ହବିଷିଆଳି ମହାପ୍ରଭୁଙ୍କ ପ୍ରସାଦ ପାଇବାରୁ ବଞ୍ଚିତ ହୋଇଥିଲେ ।

ଗତକାଲି ସକାଳୁ ସାହାଣ ମେଲା, ସୂର୍ଯ୍ୟ ପୂଜା ପରେ ଦ୍ବାରପାଳ ପୂଜା ପରଠୁ ନୀତିକାନ୍ତି ବନ୍ଦ କରିଥିଲେ ସେବାୟତ।

ଗୋଟେ ଦିନର ଉପବାସ ପରେ ଆଜି ଲିଙ୍ଗରାଜଙ୍କ ପାଖରେ ଲାଗୁ ହେବ ମହାପ୍ରସାଦ । ହବିଷିଆଳି ପାଇପାରିବେ ପ୍ରଭୁ ଲିଙ୍ଗରାଜଙ୍କ ଅଭଡ଼ା । ଲିଙ୍ଗରାଜ ମନ୍ଦିର ରେ ୨୪ ଘଣ୍ଟା ଧରି ଉପବାସ ରହିବା ପରେ ଆଜି ଦେଉଳରେ ସବୁ ସ୍ବଭାବିକ ହୋଇଛି । ଆଜି ସମର୍ଥା ସେବାୟତ କାର୍ଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି ।

ସୂଚନାମୁତାବକ, ଠାକୁରଙ୍କ ସମର୍ଥା ସେବାୟତର ନିଅଂଶ(ଉତ୍ତରାଧିକାରୀ ନ ଥିବା) ପରିବାରର ୨ ଦିନ(ବୁଧ ଏବଂ ଗୁରବାର) ପାଳିଥିଲା । ଯାହା ଆଗରୁ ନିଜ ମଧ୍ୟରେ ଆଲୋଚନା କରି ସମର୍ଥା ସେବାୟତମାନେ ନିଅଂଶ ପାଳି ତୁଲାଉଥିଲେ । କିନ୍ତୁ ଗତ ମାସ ୪ ତାରିଖରେ ବିଏମ୍‌ସି ଓ ମନ୍ଦିର ପ୍ରଶାସନ ମିଳିତ ଭାବେ କିଛି ସମର୍ଥା ସେବାୟତଙ୍କ ଫୁଲ- ଦୀପ ଦୋକାନ ସିଂହଦ୍ୱାର ସମ୍ମୁଖରେ ଉଚ୍ଛେଦ କରାଇଥିଲେ । ସେହିଦିନଠାରୁ ସେମାନେ ନୀତିରେ ସହଯୋଗ କରିବେନି ବୋଲି କଡ଼ା ଚେତାବନୀ ଦେଇଥିଲେ ।

Comments are closed.