ଭୁବନେଶ୍ୱର: ପ୍ରସିଦ୍ଧ ଗଣିତଜ୍ଞ ତଥା ଶିକ୍ଷାବିତ୍ ଏବଂ କଟକ ରେଭେନ୍ସା କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ମହାପାତ୍ରଙ୍କ ବୁଧବାର ରାତିରେ ଭୁବନେଶ୍ୱରରେ ପରଲୋକ ଘଟିଛି। ସେ ଶନିବାର ଦିନ ୯୪ ବର୍ଷ ବୟସରେ ପଦାର୍ପଣ କରିଥାନ୍ତେ।
ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚଡି ହାସଲ କରିଥିଲେ। ୧୯୬୭ ମସିହାରୁ ରେଭେନ୍ସାରେ ଅଧ୍ୟାପନା କରିଥିଲେ। ପରେ ଅଗଷ୍ଟ ୧୯୮୨ ମସିହାରେ ପ୍ରଫେସର ଏବଂ ପରେପରେ ଗଣିତ ବିଭାଗର ମୁଖ୍ୟ ହୋଇଥିଲେ। ସେ ଜାନୁଆରୀ ୧୯୮୬ ମସିହାରେ କଲେଜର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଥିଲେ ଏବଂ ସେପ୍ଟେମ୍ବର ୧୯୮୮ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ।
ପରେ ସେ ଓଡ଼ିଶାର ଡିପିଆଇ-ସ୍କୁଲ୍ସ ହୋଇଥିଲେ। ତେବେ ପରିବାରର ସୂଚନା ଅନୁଯାୟୀ, ଗୁରୁବାର ରାତିରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ତାଙ୍କର ବହୁ ପୂର୍ବତନ ଛାତ୍ରଛାତ୍ରୀ ମଧ୍ୟ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।
Comments are closed.