Latest Odisha News

BREAKING NEWS

Ration KYC Deadline End: ସରିବାକୁ ଯାଉଛି ଡେଡ୍‌ଲାଇନ୍: ଇ-କେୱାଇସି କରିନଥିଲେ ମିଳିବନି ଚାଉଳ

ଭୁବନେଶ୍ୱର: ସରିବାକୁ ଯାଉଛି ଡେଡ୍‌ଲାଇନ। ଇ-କେୱାଇସି କରିନଥିଲେ ନଭେମ୍ବରରୁ ମିଳିବନି ଚାଉଳ। କିଛି ଦିନ ତଳେ ରାସନ କାର୍ଡଧାରୀଙ୍କୁ ଚେତାବନୀ ଦେଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ଯାତ୍ରା ଆଜି ଅକ୍ଟୋବର ମାସ ଶେଷ ହେଉଛି। ତଥାପି ରାଜ୍ୟରେ ୧୫ଲକ୍ଷରୁ ଅଧିକ ହିତାଧିକାରୀ ଇ-କେୱାଇସି କରି ନାହାଁନ୍ତି। ତେଣୁ ଲକ୍ଷାଧିକ ହିତାଧିକାରୀଙ୍କୁ ରାଜ୍ୟ ସରକାର ଚାଉଳ ବନ୍ଦ କରିଦେବେ ନା ବିକଳ୍ପ ବ୍ୟବସ୍ଥା କରିବେ ତାହା ଉପରେ ନଜର ରହିଛି ।

ଚଳିତ ମାସ ୨୯ ତାରିଖ ସୁଦ୍ଧା ରାଜ୍ୟରେ ୧୫ ଲକ୍ଷ ୫୭ ହଜାର ୨୬୫ ଜଣ ଇ-କେୱାଇସି କରିନାହାନ୍ତି । ଆଉ ଇ-କେୱାଇସି ନ କଲେ ନଭେମ୍ୱରରୁ ମିଳିବନି ରାସନ୍‌ । ରାସନ କାର୍ଡରୁ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବା ପାଇଁ ସରକାର ଇ-କେୱାଇସି ପ୍ରକିୟା ଆରମ୍ଭ କରିଥିଲେ । ଏହାରି ଭିତରେ କେନ୍ଦ୍ର ସରକାର ଇ-କେୱାଇସି ପ୍ରକିୟା ଅବଧିକୁ ବନ୍ଦ କରିଦେଇଛନ୍ତି । ତେଣୁ ନଭେମ୍ବର ପହିଲାରୁ ଇ-କେୱାଇସି କରିନଥିବା ହିତାଧିକାରୀଙ୍କୁ ଆଉ ଚାଉଳ ମିଳିବ ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତ ୧୪ ତାରିଖରେ ୧୬ ଲକ୍ଷ ୩୦ ହଜାର ୩୭୧ ଜଣ ଇ-କେୱାଇସି କରିନଥିଲେ । ତେଣୁ ସମସ୍ତ ଜିଲ୍ଲାପାଳଙ୍କୁ ଏହା ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ୧୫ ଦିନରେ ମାତ୍ର ୭୩, ୧୦୬ ଜଣଙ୍କ ଇ-କେୱାଇସି ହୋଇଛି । ଅଯୋଗ୍ୟ ହିତାଧିକାରୀ ଧରାପଡ଼ିବା ଭୟରେ ଇ-କେୱାଇସି କରୁନାହାନ୍ତି । ଉପାନ୍ତ ଅଞ୍ଚଳରେ ନେଟୱାର୍କ ସମସ୍ୟା ପାଇଁ ବହୁ ହିତାଧିକାରୀ ଅପ୍‌ଡେଟ୍ କରିପାରିନାହାନ୍ତି ।

 

Comments are closed.