Latest Odisha News

BREAKING NEWS

Mahendragiri Reopen: ପୁଣି ଖୋଲିଲା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ମହେନ୍ଦ୍ରଗିରି

ଗଜପତି: ବାତ୍ୟା ମୋନ୍ଥାର ପ୍ରଭାବ ସମ୍ପୂର୍ଣ୍ଣ କମିବା ପରେ ଆଜିଠାରୁ ପର୍ଯ୍ୟଟକମାନଙ୍କ ପାଇଁ ପୁଣି ଥରେ ଖୋଲିଛି ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପର୍ବତ । ଐତିହାସିକ, ପୌରାଣିକ, ପ୍ରତ୍ନତାତ୍ତ୍ୱିକ ତଥା ପରିବେଶର ଗୁରୁତ୍ୱ ବହନ କରୁଥିବା ମହେନ୍ଦ୍ରଗିରି ପର୍ବତମାଳା ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକରେ ରହିଛି । ବାତ୍ୟା ମୋନ୍ଥାର ପ୍ରଭାବରେ ପାହାଡ଼ ଧସିବା ଆଶଙ୍କା କରି ଏହାକୁ ଗତ ୨୫ ତାରିଖ ଠାରୁ ବନ୍ଦ ରଖାଯାଇଥିଲା ।

ଏହା ସହିତ ଜିଲ୍ଲାର ସମସ୍ତ ଜଳପ୍ରପାତକୁ ମଧ୍ୟ ଲଗାଯାଇଥିବା କଟକଣା ମହେନ୍ଦ୍ରଗିରି ହଟାଯାଇଛି । ଏନେଇ ଗଜପତି ଆରକ୍ଷୀ ଅଧିକ୍ଷକ; ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଓ ରାୟଗଡ ବ୍ଳକ୍ ଉନ୍ନୟନ ଅଧିକାରୀଙ୍କୁ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଚିଠି ମାଧ୍ୟମରେ ଜଣାଇଛନ୍ତି ।

ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପର୍ବତକୁ ରାଜ୍ୟର ଦ୍ବିତୀୟ ଜୈବ ବିବିଧତା ଐତିହ୍ୟ ସ୍ଥଳୀର ମାନ୍ୟତା ପ୍ରଦାନ କରାଯାଇଛି । ତେବେ ଦଶହରା ଛୁଟି ସମୟରେ କିଛି ପର୍ଯ୍ୟଟକମାନେ ଗଜପତି ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ମହେନ୍ଦ୍ରଗିରିକୁ ବୁଲି ଯାଇଥିଲେ । ତେବେ ଲଘୁଚାପଜନିତ ବର୍ଷା ଯୋଗୁଁ ଭୂସ୍ଖଳନ ହେବା ସହ ପାଣି ସୁଅ ବଢ଼ିବାରୁ କିଛି ପର୍ଯ୍ୟଟକ ସେଠାରେ ଫସିଯାଇଥିଲେ । ତାଙ୍କୁ ଉଦ୍ଧାର କରିବା ପାଇଁ ପୁଲିସ ଓ ପ୍ରଶାସନକୁ ନାକେଦମ ହେବାକୁ ପଡ଼ିଥିଲା ।

Comments are closed.