ଭୁବନେଶ୍ବର: ବହୁଚର୍ଚ୍ଚିତ ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ । ନେପାଳ ସୀମାନ୍ତ ଉତ୍ତରାଖଣ୍ଡଅଞ୍ଚଳରୁ ଗିରଫ କଲା କ୍ରାଇମବ୍ରାଞ୍ଚ । ତେବେ ଘଟଣା ପରଠାରୁ ସେ ନେପାଳ ବର୍ଡରରେ ଆତ୍ମଗୋପନ କରିଥିଲା ।
ତେବେ ପୁଲିସ ଶଙ୍କରକୁ ଖୋଜିଖୋଜି ଉତ୍ତରାଖଣ୍ଡରେ ଠାବ କରିଥିଲା। କ୍ରାଇମବ୍ରାଞ୍ଚ ଗିରଫ ଅଭିଯୁକ୍ତ ଶଙ୍କର ପୃଷ୍ଟିକୁ ଓଡ଼ିଶାକୁ ନେଇ ଆସୁଛି। ମୁଖ୍ୟ ଅଭିଯୁକ୍ତ ଠାରୁ ଅଧିକ ତଥ୍ୟ ହାସଲ କରିବ ବୋଲି ଆଶା କରାଯାଉଛି।
ସୂଚନାଥାଉକି, ଗତମାସ ପୁଲିସ ଚାକିରିରେ ଜାଲିଆତି ସୁରକ୍ ମିଳିଥିଲା। ପ୍ରଶ୍ନପତ୍ର ଲିକ୍ ବଡ଼ ଯୋଜନା ପଣ୍ଡ କରିଥିଲା ବ୍ରହ୍ମପୁର ପୋଲିସ। ଏପର୍ଯ୍ୟନ୍ତ ୧୧୪ ଜଣ ପ୍ରାର୍ଥୀ ଓ ୯ ଜଣ ଦଲାଲ ଗିରଫ ହୋଇଥିଲେ। ଅକ୍ଟୋବର ୨୯ରେ ବିଶେଷ ଭିଜିଲାନ୍ସ କୋର୍ଟ ୧୧୪ ଜଣ ପ୍ରାର୍ଥୀଙ୍କୁ ଜାମିନ ଦେଇଛନ୍ତି (୫୦,୦୦୦ ଟଙ୍କା ବଣ୍ଡ ଓ ୨ ଜଣ ଜାମିନଦାର)। ୭ ଜଣ ଦଲାଲଙ୍କ ଜାମିନ ନାମଞ୍ଜୁର ହୋଇଛି। ତେବେ ଠକେଇରେ ପ୍ରତ୍ୟେକ ପ୍ରାର୍ଥୀଠାରୁ ୨୫ ଲକ୍ଷ ଟଙ୍କା ନେଇ ଚାକିରି ନିଶ୍ଚିତ କରିବାର ପ୍ରତିଶ୍ରୁତି ଦିଆଯାଇଥିଲା।
Comments are closed.