Weather Update: ଆସନ୍ତା ଦୁଇ ଦିନ ମଧ୍ୟରେ ରାତିର ତାପମାତ୍ରା କମିବ, ଆସନ୍ତାକାଲିଠୁ ୮ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ
ଭୁବନେଶ୍ୱର: ବାତ୍ୟା ମୋନ୍ଥା ପରେ ବଦଳୁଛି ଓଡିଶାର ପାଗ । ସୋମବାର ଦକ୍ଷିଣ ଉପକୂଳ ଓଡ଼ିଶା ଓ ରାୟଗଡ଼ାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବାବେଳେ, ମଙ୍ଗଳବାରଠାରୁ ୮ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଅନ୍ୟପଟେ, ରାଜ୍ୟରେ ଆସନ୍ତା ଦୁଇ ଦିନ ମଧ୍ୟରେ ରାତିର ତାପମାତ୍ରା କମିବ । ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ । ଅନୁଭୂତି ହେବ ଶୀତର ପ୍ରକୋପ । ବିଶେଷ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ରାତିର ତାପମାତ୍ରାରେ ପରିବର୍ତ୍ତନ ହେବ ।
ଅନ୍ୟପଟେ, ଗତକାଲି ରାତିର କୋରାପୁଟରେ ୧୫.୪ ଡିଗ୍ରୀ ରହିଥିଲା ସବୁଠୁ କମ୍ ତାପମାତ୍ରା । ଏହା ପରକୁ ଫୁଲବାଣୀରେ ୧୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ଓ ଦାରିଙ୍ଗିବାଡ଼ିରେ ୧୯ ଡିଗ୍ରୀ ରହିଥିଲା । ପୁରୀରେ ରାତିର ତାପମାତ୍ରା ସର୍ବାଧିକ ୨୬.୮ ଡିଗ୍ରୀ ରହିଥିଲା । ପାରାଦୀପରେ ୨୫.୭ ଡିଗ୍ରୀ, ସେହିପରି ଗୋପାଳପୁରରେ ୨୫.୪ ଡିଗ୍ରୀ, ଛତ୍ରପୁରରେ ୨୫.୫ ଡିଗ୍ରୀ, ଗୋପାଳପୁରରେ ୨୫.୪ ଡିଗ୍ରୀ, ବରଗଡ଼ରେ ୨୫.୨ ଓ ଟିଟିଲାଗଡ଼ରେ ୨୫ ଡିଗ୍ରୀ ତାପମାତ୍ରା ରହିଥିଲା । ସେହିପରି ଭୁବନେଶ୍ୱରରେ ରାତିର ତାପମାତ୍ରା ୨୪ ଡିଗ୍ରୀ, କଟକରେ ୨୩ ଡିଗ୍ରୀ ରହିଥିଲା ।
Comments are closed.