Latest Odisha News

BREAKING NEWS

ନବୀନଙ୍କୁ ପ୍ରଭାତୀ ପରିଡ଼ାଙ୍କ କଡା ଟାର୍ଗେଟ: କହିଲେ, ୨୪ ବର୍ଷର ବିଶ୍ୱାସଘାତର ଜବାବ…

ଭୁବନେଶ୍ୱର: ନବୀନଙ୍କ ପ୍ରାର୍ଥୀ ଚୋରୀ ମନ୍ତବ୍ୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କଡା ଜବାବ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ସେ ଲେଖିଛନ୍ତି ଯେ, ମିଛ ପ୍ରତିଶ୍ରୁତି ନୁହେଁ ୫୦୦ ଦିନର ସରକାର ଉପରେ ଭରସା ଓ ବିଶ୍ୱାସର ଭୋଟ ଦେବେ ନୂଆପଡ଼ାବାସୀ । ଡବଲ ଇଂଜିନ, କ୍ୟାପଟେନ ଫିଟ୍ ବିଜେପିକୁ ହିଁ ବାଛିବେ, ପଦ୍ମଫୁଲରେ ଭୋଟ ଦେବେ ।

ବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିବା ସହ ପ୍ରଭାତୀ ପରିଡ଼ା ଆହୁରି ଲେଖିଛନ୍ତି ଯେ, ବିଶ୍ୱାସଘାତକତା କଣ ଏବେ ବୋଧେ ଛାମୁଙ୍କୁ ଲାଗିଲା! ନୂଆପଡା ବାସୀ ୨୪ ବର୍ଷର ବିଶ୍ୱାସ ଘାତର ଜବାବ ଦେବାପାଇଁ ହିଁ ପ୍ରସ୍ତୁତ ହେଉଛନ୍ତି । ମିଶନ ଶକ୍ତିର ମହିଳାଙ୍କ ସହିତ ପ୍ରତି କଥାରେ ବିଶ୍ୱାସଘାକତା ହୋଇଛି । ଏହାର ଜବାବ ସୁଭଦ୍ରା ଭଉଣୀମାନେ ଉପନିର୍ବାଚନରେ ନିଶ୍ଚୟ ଦେବେ ।

ଗତକାଲି ନୂଆପଡାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଥିଲେ ଦଳର ସଭାପତି ନବୀନ ପଟ୍ଟନାୟକ । ବିଜେପି ଉପରେ ସିଧାସଳଖ ବର୍ଷିବା ସହ ନବୀନ କହିଥିଲେ ଯେ ବିଜେପି ଭୋଟ ଚୋରି ଚୋରି କରି ସରକାର ଗଢ଼ିଥିଲା । ଏବେ ପ୍ରାର୍ଥୀ ଚୋରି କରିଛନ୍ତି । ନୂଆପଡାରେ ରାଜୁ ଭାଇ ଢୋଲକିଆଙ୍କୁ ମନେ ପକାଇ ବିଜେଡି ସରକାରରେ ବିକାଶ ହୋଇଥିବା କହିଥିଲେ ନବୀନ । ଯାହାର ପ୍ରତି ଜବାବ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।

Comments are closed.