Latest Odisha News

BREAKING NEWS

ପୁଅ ଜୟଙ୍କ ପରେ ବିଜେଡିକୁ ଟାର୍ଗେଟ କଲେ ସ୍ବର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ

ନୂଆପଡା: ପୁଅ ଜୟ ଢୋଲକିଆଙ୍କ ପରେ ସ୍ବର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କପତ୍ନୀ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ ଆଜି ବିଜେଡିକୁ ଟାର୍ଗେଟ୍‌ କରି କହିଛନ୍ତି ଯେ, ମୋ ସ୍ବାମୀଙ୍କ ସ୍ଥାସ୍ଥ୍ୟାବସ୍ଥା ଖରାପ ଥିଲା ବେଳେ, ଦଳର କୌଣସି ନେତା କି ମନ୍ତ୍ରୀଙ୍କ ଦେଖା ନଥିଲା । କେହି ଟିକେ ଫୋନ କରିନଥିଲେ କି ହସ୍ପିଟାଲକୁ ମଧ୍ୟ ଆସିନଥିଲେ । ବିଜେଡିର ଅଣଦେଖା ବେମାରୀର ଅନ୍ୟତମ କାରଣ ବୋଲି ଢୋଲକିଆଙ୍କ ପତ୍ନୀ କହିଛନ୍ତି ।

୨୪ ବର୍ଷ ଦଳ ସହ ରହିବା ପରେ ସମ୍ବେଦନଶୀଳ ରାଜନୀତି ଠିକ୍‌ ନୁହେଁ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି, ବିଜେଡି ସ୍ଵର୍ଗତଃ ଢୋଲକିଆଙ୍କର ଫଟୋ ବ୍ୟବହାର ନକରୁ । ପୁଅ ଟଙ୍କା ନେଇ ଅନ୍ୟଦଳକୁ ଯିବା ଆରୋପ ମିଥ୍ୟା, ନୂଆପଡାର ବିକାଶ ପାଇଁ ମିଶିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଚାରଧାରାରେ ଅନୁପ୍ରାଣିତ ହୋଇ ମିଶିଛି । ଉତ୍ତରାଧିକାରୀ କିଏ ହେବ ପରିବାର ନିଷ୍ପତ୍ତି ନେବ, କୌଣସି ଦଳ ନୁହେଁ ।

ଅନ୍ୟପଟେ, ନବୀନଙ୍କୁ ଟାର୍ଗେଟ କରି ଜୟ ଢୋଲକିଆ କହିଛନ୍ତି ଯେ, ରାଜେନ୍ଦ୍ର ଢୋଲକିଆ ମେଡିକାଲରେ ଥିଲା ବେଳେ ଆସିନଥିଲେ ନବୀନ। ଏବେ ଭୋଟ୍ ପାଇଁ ଆସିଛନ୍ତି ନୂଆପଡ଼ା । ଜୟ କହିଛନ୍ତି, ବିଜେଡି ସଭାପତି ନବୀନ ପଟ୍ଟନାୟକ ମୋ ବାପା ରାଜେନ୍ଦ୍ର ଢୋଲକିଆ ଅସୁସ୍ଥ ଥିବା ବେଳେ ତାଙ୍କୁ ଫୋନ୍ କରିନଥିଲେ । ଏବେ ନିର୍ବାଚନ ପ୍ରଚାର ଲାଗି ନୂଆପଡ଼ା ଆସିପାରିଲ, ହେଲେ ‌ମୋ ବାପା ରାଜେନ୍ଦ୍ର ଢୋଲକିଆଙ୍କ ଏକାଦଶାହ କି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇନଥିଲେ। ଏଥିରୁ ପ୍ରକୃତରେ ନବୀନ ବାବୁଙ୍କ ମନ୍ଦ ଉଦ୍ଦେଶ୍ୟ ଓ ତାଙ୍କ ରଣନୀତି ପଦାରେ ପଡ଼ିଛି। ଏକଥାକୁ ସମସ୍ତେ ବିଶେଷ କରି ନୂଆପଡ଼ାବାସୀ ବୁଝିପାରିଛନ୍ତି ବୋଲି କହିଛନ୍ତି ଜୟ ଢୋଲକିଆ ।

 

Comments are closed.