ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ପଦକ ବିଜେତା ୱେଟଲିଫ୍ଟର ମୀରାବାଈ ଚାନୁଙ୍କୁ ଶକ୍ତ ଝଟକା ଲାଗିଛି । ଏଲଏ ୨୦୨୮ ଅଲିମ୍ପିକ୍ସ ଗେମ୍ସରେ ୱେଟଲିଫ୍ଟିଂର ୪୯ କିଗ୍ରା କାଟାଗୋରୀକୁ ହଟେଇ ଦିଆଯାଇଛି । ମଙ୍ଗଳବାର ଆୟୋଜକ କମିଟି ପକ୍ଷରୁ ଅପଡେଟ ବଡିୱେଟ କାଟାଗୋରୀ ଜାରୀ କରାଯାଇଥିଲା । ମୀରବାଇ ଏହି ୱେଟ କାଟାଗୋରୀରେ ଭାଗ ନେଇଥାନ୍ତି । ଏବେ ତାଙ୍କୁ ୱେଟ କାଟାଗୋରୀରେ ପରିବର୍ତନ କରିବାକୁ ପଡିବ । ଯାହାକି ଏତେ ସହଜ କଥା ନୁହେଁ । ଏଥିପାଇଁ କଠିନ ପରିଶ୍ରମ ସହ ନୂତନ ରଣକୌଶଳ ଆପଣାଇବାକୁ ପଡିବ ।
ଟୋକିଓ ଗେମ୍ସରେ ମୀରାବାଇ ଏହି କାଟାଗୋରୀରେ ରୌପ୍ୟ ପଦକ ହାସଲ କରିଥିଲେ । ଏଥର ମଧ୍ୟ ସେ ପଦକ ହାସଲ ଆଶାରେ ରହିଥିଲେ । ଏହା ତାଙ୍କ କ୍ୟାରିୟରର ୪ର୍ଥ ଅଲିମ୍ପିକ୍ସ ହେବ । ୨୦୧୬ରେ ସେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ଏହା ପରେ ସଫଳ ପ୍ରତ୍ୟାବର୍ତନ କରି ଟୋକିଓ ଗେମ୍ସରେ ଭାରତ ପାଇଁ ପଦକ ଜିତିଥିଲେ ।
Comments are closed.