ପାରାଦୀପ : ଆରପାରିରେ ଯାତ୍ରା ଜଗତର ବର୍ଷୀୟାନ କଳାକାର-ନିର୍ଦ୍ଦେଶକ ଦେବୀ ରଥ । କଳାକାରଙ୍କ ମହଲରେ ସେ ‘ମାମା’ ଭାବେ ପରିଚିତ ଥିଲେ । ୭୧ ବର୍ଷ ବୟସରେ ଦେବୀ ରଥଙ୍କର ତାଙ୍କ ଘରେ ପରଲୋକ ହୋଇଛି । ଦୀର୍ଘ ୫୦ ବର୍ଷ ଧରି ଯାତ୍ରା ଜଗତରେ ସକ୍ରିୟ ଥିଲେ | ଗତକାଲି ନିଜ ଘର ପାରାଦୀପଗଡ଼ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି |
ଫଳରେ କଳାକାର ମହଲରେ ଶୋକର ଛାୟା ଖେଳିଯାଇଛି ।
ଜଣେ ଉଚ୍ଚକୋଟୀର ଅଭିନେତା ଭାବେ ତାଙ୍କର ସୁନାମ ରହିଛି । ହିରୋ, ଭିଲିଆନ ସହ ବାପା ଭୂମିକାରେ ତାଙ୍କ ଅଭିନୟ ସମସ୍ତଙ୍କୁ ବେଶ୍ ପସନ୍ଦ । ବାଟ ଛାଡ ଷଣ୍ଢ ଆସିଛି, ଜେଲ ଟାଇଗର, ଡ଼ିମିରି ଫୁଲ ଭଳି ସୁପରହିଟ ଯାତ୍ରାରେ ଦେବୀ ରଥଙ୍କର ନିଖୁଣ ଅଭିନୟକୁ ସମସ୍ତେ ପ୍ରଶଂସା କରିଛନ୍ତି । ଇଷ୍ଟର୍ଣ୍ଣ ବ୍ଲୁରେ ସେ ଦୀର୍ଘ ବର୍ଷ ଧରି ଅଭିନୟ କରିଥିଲେ | ଛତା ଚିହ୍ନ ଜିନ୍ଦାବାଦ ତାଙ୍କର ବେଶ ଚର୍ଚ୍ଚିତ ନାଟକ ମଧ୍ୟରୁ ଗୋଟିଏ ଥିଲା ।
ପ୍ରଖ୍ୟାତ ନାଟ୍ୟକାର ଅନନ୍ତ ଓଝାଙ୍କର ପ୍ରାୟ ନାଟକରେ ଦେବୀ ରଥ ନିର୍ଦ୍ଦେଶନା ଦେଇଛନ୍ତି ।
ଦେବୀ ରଥ ପ୍ରଥମେ ତାଙ୍କ ଭଉଣୀ ମନୋରମା ଦାଶ ତିଆରି କରିଥିବା ତାରାପୁର କଳାକୁଞ୍ଜ ଅପେରାରେ ପ୍ରଥମେ ଅଭିନୟ କରିଥିଲେ । ସେଥିରେ ଦେବୀ ରଥଙ୍କ ଅଭିନୟ କରିଥିଲେ ସମସ୍ତଙ୍କୁ ପ୍ରଭାବିତ କରିଥିଲା । ଖୁବ କମ୍ ଦିନରେ ସେ ନାୟକ ଭୂମିକାରେ ଅଭିନୟ କରିଥିଲେ ।
ତାଙ୍କ ବିୟୋଗରେ ଯାତ୍ରା ଜଗତରରେ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି ।
Comments are closed.