ନୂଆପଡ଼ା: ଉପନିର୍ବାଚନ ପାଇଁ ନୂଆପଡ଼ା ଏବେ ନେତାମୟ । ପୂରା ରାଜ୍ୟର ନେତା ଆସି ଏଠାରେ ଡେରା ପକାଇଛନ୍ତି । ହାଇଭୋଲଟେଜ୍ ପ୍ରଚାର ଆରମ୍ଭ ହୋଇଯାଇଛି। ଆସନ୍ତାକାଲି ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି। ଏଥିଲାଗି ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ।
ଉପନିର୍ବାଚନ ପାଇଁ ସମସ୍ତ ଦଳ ପକ୍ଷରୁ ଚାଲିଛି ଜୋରଦାର ପ୍ରଚାର ପ୍ରସାର। କୋମନାରେ ରୋଡ୍ ସୋ’ରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ମାଗିବେ ଭୋଟ। ତେବେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ମଧ୍ୟ ପ୍ରଚାରରେ ସାମିଲ ହେବେ। ପଞ୍ଚମପୁରରେ ସାଧାରଣ ସଭା କରିବେ ବିଷ୍ଣୁଦେବ।
Comments are closed.